ଆଇସିସି ଖୋଲିଲା ଟୁର୍ଣ୍ଣାମେଣ୍ଟର ପସରା । ୨୦୨୧ରୁ ୨୦୩୧ ମଧ୍ୟରେ ଖେଳାଯିବ ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟ ।

533

କନକ ବ୍ୟୁରୋ : ୨୦୨୧ରୁ ୨୦୩୧, ୧୦ ବର୍ଷ ଭିତରେ ୧୭ଟି ବଡ ଟୁର୍ଣ୍ଣାମେଣ୍ଟ ଆୟୋଜିତ କରିବ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) । ଏଥିରେ ମହିଳା କ୍ରିକେଟ୍ କିମ୍ବା ୧୯ ବର୍ଷରୁ କମ୍ ଆଇସିସି ଇଭେଣ୍ଟ ସାମିଲ ନାହିଁ । ତେବେ ନଜର ପକାନ୍ତୁ କେଉଁ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଆଇସିସି ।

୨୦୨୧ – ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ଟି-୨୦ ବିଶ୍ୱକପ୍
୨୦୨୨ – ଟି-୨୦ ବିଶ୍ୱକପ୍
୨୦୨୩ – ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୨୪ – ଟି-୨୦ ବିଶ୍ୱକପ
୨୦୨୫ – ଚାମ୍ପିୟନ୍ସ ଟଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୨୬ – ଟି-୨୦ ବିଶ୍ୱକପ୍
୨୦୨୭ – ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୨୮ – ଟି-୨୦ ବିଶ୍ୱକପ୍
୨୦୨୯ – ଚାମ୍ପିୟନ୍ସ ଟ୍ରଫି ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍
୨୦୩୦ – ଟି-୨୦ ବିଶ୍ୱକପ୍
୨୦୩୧ – ଦିନିକିଆ ବିଶ୍ୱକପ୍ ଏବଂ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ।

ଆସନ୍ତା ୧୦ ବର୍ଷ ଭିତରେ ଏହି ୧୭ଟି ବଡ଼ ଟୁର୍ଣ୍ଣାମେଣ୍ଟଆୟୋଜନ କରିବ ଆଇସିସି । ଆଇସିସିର ନୂଆ ଯୋଜନା ଅନୁଯାୟୀ, ପ୍ରତି ଦୁଇ ବର୍ଷରେ ଥରେ ଟି-୨୦ ବିଶ୍ୱକପ୍ ଖେଳାଯିବ । ସେହିପରି ପୂର୍ବଭଳି ପ୍ରତି ୪ ବର୍ଷରେ ଥରେ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଏହା ଛଡା ପ୍ରତି ଦୁଇ ବର୍ଷରେ ଥରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଖେଳାଯିବ । ଏବଂ ଚାରିବର୍ଷରେ ଥରେ ଚାମ୍ପିୟନ୍ସ ଟ୍ରଫିର ମଧ୍ୟ ଆୟୋଜନ କରିବ ଆଇସିସି । ଅର୍ଥାତ ଏହି ୧୦ ବର୍ଷ ମଧ୍ୟରେ ୬ଟି ଟି-୨୦ ବିଶ୍ୱକପ୍, ୩ଟି ଦିନିକିଆ ବିଶ୍ୱକପ୍, ୬ଟି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଏବଂ ୨ଟି ଚାମ୍ପିୟନ୍ସ ଟ୍ରଫି ଖେଳାଯିବ ।