ଆଇସିସି ଉପରେ ବର୍ଷିଲେ ପାକିସ୍ତାନୀ ପ୍ରଶଂସକ ! ଚକ୍ରାନ୍ତ କରି ପାକିସ୍ତାନକୁ ବିଶ୍ୱକପରୁ ବାଦ୍ ଦେଇଥିବା କଥା କହିଲେ ପ୍ରଶଂସକ ।

692

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ଶୁକ୍ରବାରକୁ କରାଯାଇଥିବା ଏକ ଟ୍ୱିଟ୍ ରେ କୁହାଯାଇଛି ପାକ୍ କ୍ରିକେଟ୍ ଟିମର ପ୍ରଶଂସକ କ୍ଷୋଭ ପ୍ରକାଶ କରିଛନ୍ତି । ପାକ୍ ଲାର୍ଡସ୍ ମଇଦାନରେ ଖେଳାଯିବାକୁ ଥିବା ନିଜର ଶେଷ ଲିଗ୍ ମ୍ୟାଚରେ ବାଙ୍ଗଲାଦେଶ ବିପକ୍ଷରେ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିଥିଲେ । ଏହାପରେ ପାକ୍ ର ସେମିଫାଇନାଲରେ ପହଁଚିବାର ସମ୍ଭାବନା ସେତେବେଳେ ପର୍ଯ୍ୟନ୍ତ ଥିଲା ଯେତେବେଳେ ବାଙ୍ଗଲାଦେଶକୁ ୭ ରନ୍ ରେ ଆଉଟ୍ କରିଥାନ୍ତା ।

ପାକିସ୍ତାନର କ୍ରିକେଟ୍ ଶେଷ ହେବା ପରେ ଆଇସିସି ଏକ ଟ୍ୱିଟ୍ କରିଥିଲେ ଯେଉଁଥିରେ ଦର୍ଶାଯାଇଥିଲା ଯେ ବାଙ୍ଗଲାଦେଶ ବିପକ୍ଷରେ କେତେ ରନ୍ କରିବା ପରେ ପାକ୍ କୁ ବିଶ୍ୱକପ୍ ଯିବାକୁ ସୁଯୋଗ ମିଳିବ । ଏହି ଟ୍ୱିଟ୍ ସହ ଆଇସିସି ୧୯୯୪ ର ଏକ ହଲିଉଡ୍ ସିନେମା “ଡମ୍ବ ଆଣ୍ଡ୍ ଡମ୍ବର” ର ଏକ ଜିଆଇଏଫ୍ କ୍ଲିପ୍ ଲଗାଇଥିଲେ ଯେଉଁଥିରେ ଅଭିନେତା ଜିମ୍ କେରୀ ଖୁସି ହୋଇ କହୁଛନ୍ତି ଯେ “ତେବେ ଆପଣ ମୋତେ ବୁଝାଇବେ ଯେ ଏହି ସମ୍ଭାବନା ଅଛି?” ଏହାପରେ ପାକ୍ ପ୍ରଶଂସକ ଆଇସିସିକୁ ଟ୍ରୋଲ୍ କରିବା ଆରମ୍ଭ କରିଦେଇଥିଲେ । କେବଳ ଏତିକି ନୁହଁ ଆଇସିସି ସହ ଭାରତ,ଅଷ୍ଟ୍ରେଲିୟା ଏବଂ ଇଂଲଣ୍ଡ ଭଳି ଟିମ୍ ଜାଣିଶୁଣି ଚକ୍ରାନ୍ତ କରି ପାକ୍ କୁ ବିଶ୍ୱକପରୁ ବାହାର କରିବା ପାଇଁ ଏଭଳି କରିବା କଥା କହିଥିଲେ ।