କନକ ବ୍ୟୁରୋ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଲସ୍ ଆଂଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଥିବା କହିଛି ଇଂଟରନ୍ୟାସନାଲ କ୍ରିକେଟ କାଉନସିଲ(ଆଇସିସି) ।

Advertisment

publive-image
୨୦୨୦ ଅଲିମ୍ପିକ୍ସରେ ଭାରତର ସଫଳତା ପରେ ଏବେ ଆଗାମୀ ଅଲିମ୍ପିକ୍ସ ଉପରେ ସମସ୍ତଙ୍କ ନଜର । ସାରା ବିଶ୍ୱରେ କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ୨୦୨୮ ଓ ୨୦୩୨ ଅଲିମ୍ପିକ୍ସରେ ସାମିଲ କରିବାକୁ ଚେଷ୍ଟା ଚାଲିଛି । ଏଥିପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । ଯଦି ଏହା ଫଳପ୍ରଦ ହୁଏ ତେବେ ସାରା ବିଶ୍ୱ ପାଇଁ ଆସନ୍ତା ଅଲିମ୍ପିକ୍ସ ଅତ୍ୟନ୍ତ ଲାଭଦାୟୀ ହେବ ବୋଲି କହିଛନ୍ତି ଆଇସିସିର କାମଚଳା ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ ।

ସୂଚନା ମୁତାବକ, କ୍ରିକେଟକୁ ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା ।ଏଥିରେ ଫ୍ରାନ୍ସ ଓ ଗ୍ରେଟ ବ୍ରିଟେନ୍ ଦୁଇଟି ଦଳ ଭାଗ ନେଇଥିଲେ । ବିଜୟୀ ହୋଇଥିଲା ଗ୍ରେଟ୍ ବ୍ରିଟେନ୍ ଦଳ ।