ଆଇସିସି ରାଙ୍କିଙ୍ଗ: ରୋହିତ ଶର୍ମା ୫ ନମ୍ବର ସ୍ଥାନରେ ସ୍ଥିର, ବୁମରାହ ଟପ୍ ଟେନରେ

131

କନକ ବ୍ୟୁରୋ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ ଲିଷ୍ଟ । ଏଥିରେ ରୋହିତ ଶର୍ମା ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ନିଜ ୫ମ ସ୍ଥାନ ବଜାୟ ରଖିଛନ୍ତି । ଚତୁର୍ଥ ଟେଷ୍ଟରେ ରୋହିତ ୧୨୭ ରନର ବଡ ପାଳି ଖେଳି ୪୦ ପଏଣ୍ଟର ଫାଇଦା ନେଇଛନ୍ତି । ବର୍ତ୍ତମାନ ରୋହିତଙ୍କ ମୋଟ ପଏଣ୍ଟ ୮୧୩ ରହିଛି । ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ୭୮୩ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛନ୍ତି ।

ଟେଷ୍ଟ ବ୍ୟାଟ୍ସମ୍ୟାନ ରାଙ୍କିଙ୍ଗ ତାଲିକାର ଟପ ୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ । ଜୋ ରୁଟ ୯୦୩ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୯୦୧ ପଏଣ୍ଟ ସହ କେନ ୱିଲିୟମସନ ଦ୍ୱିତୀୟ ଓ ୮୯୧ ପଏଣ୍ଟ ସହ ସ୍ମିଥ ତୃତୀୟରେ ରହିଛନ୍ତି ।

ସେହିପରି ଯଦି ଟେଷ୍ଟ ବୋଲିଂ ରାଙ୍କ ଉପରେ ନଜର ପକାଇବା ତେବେ ଏଥିରେ ଭାରତୀୟ ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ବଡ ଫାଇଦ ହୋଇଛି । କାରଣ ବୁମରାହ ଟପ ଟେନରେ ପ୍ରବେଶ କରିଛନ୍ତି । ବୁମରାହ ବର୍ତ୍ତମାନ ୯ମ ସ୍ଥାନରେ ରହିଛନ୍ତି । ସେହିପରି ତାଙ୍କ ଉପରକୁ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଉପରେ ଅର୍ଥାତ ପ୍ରଥମ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପେସ ବୋଲର ପ୍ୟାଟ କୁମିନ୍ସ ।

ସେପଟେ ଯଦି ଅଲରାଉଣ୍ଟର ଲିଷ୍ଟକୁ ନଜର ପକାଇବା ତେବେ ଜାସନ ହୋଲ୍ଡର ଓ ବେନ ଷ୍ଟୋକ୍ସ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ୩୩୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।