କନକ ବ୍ୟୁରୋ: ଭାରତରେ ଏବେ ଜାରି ରହିଛି ଫଟାଫଟ୍ କ୍ରିକେଟ୍ ଆଇପିଏଲ୍ । ଆଉ ଅନ୍ୟପଟେ ଆଇସିସି ଖେଳାଳିମାନଙ୍କର ତାଜା ରାଙ୍କି ଜାରି କରିଛି । ଯେଉଁଥିରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟେଷ୍ଟ ଅଲରାଉଣ୍ଡର ତାଲିକାର ଶୀର୍ଷରେ ଅଛନ୍ତି । ଖାଲି ସେତିକି ନୁହେଁ ଭାରତର ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ମଧ୍ୟ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ଟପ୍ ୧୦ ତାଲିକାରେ ରହିଛନ୍ତି ।

Advertisment

ରବୀନ୍ଦ୍ର ଜାଡେଜା ଏବେ ଟେଷ୍ଟ ଅଲରାଉଣ୍ଡର ତାଲିକାର ନମ୍ବର ୱାନ୍ ସ୍ଥାନରେ ଅଛନ୍ତି । ତାଙ୍କ ପଏଣ୍ଟ ୩୮୫ ରହିଛି । ଏହା ପଛକୁ ୩୪୧ ପଏଣ୍ଟ ସହ ରବିଚନ୍ଦ୍ରନ ଅଶ୍ୱିନୀ ୨ୟ ସ୍ଥାନରେ ଅଛନ୍ତି । ତାଙ୍କ ସହିତ ଜେସନ୍ ହୋଲଡର ୩୩୬ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି ।

ଟପ୍ ୫ ଟେଷ୍ଟ ଅଲରାଉଣ୍ଡର

  • ରବୀନ୍ଦ୍ର ଜାଡେଜା
  • ରବିଚନ୍ଦ୍ରନ ଅଶ୍ୱିନୀ
  • ଜେସନ୍ ହୋଲଡର
  • ସାକିବ ଅଲ ହସନ
  • ବେନ୍ ଷ୍ଟୋକସ୍

ସେପଟେ ଟେଷ୍ଟ ବୋଲିଂର ଟପ୍-୧୦ ତାଲିକା ଭିତରେ ଦୁଇ ଜଣ ଭାରତୀୟ ସ୍ଥାନ ପାଇଛନ୍ତି । ଅଶ୍ୱିନୀ ୨ୟ, ବୁମରା ୩ୟ ସ୍ଥାନରେ ରହିଛନ୍ତି ।
ଟପ୍ ୫ ଟେଷ୍ଟ ବୋଲର

  • ପ୍ୟାଟ୍ କମିନ୍ସ
  • ରବିଚନ୍ଦ୍ରନ ଅଶ୍ୱିନୀ
  • ଜସପ୍ରୀତ ବୁମରା
  • ଶାହିନ ଆଫ୍ରିଦି
  • କାଇଲ୍ ଜାମିସନ୍

ଅନ୍ୟପଟେ ଟେଷ୍ଟ ବ୍ୟାଟିଂ ତାଲିକାରେ ରୋହିତ ଶର୍ମାଙ୍କ ସହିତ ବିରାଟ କୋହଲି ସ୍ଥାନ ପାଇଛନ୍ତି । ରୋହିତ ଶର୍ମା ୭୫୪ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଥିବାବେଳେ କୋହଲି ୭୪୨ ପଏଣ୍ଟ ସହ ଦଶମ ସ୍ଥାନରେ ଅଛନ୍ତି । ତେବେ ଦଳଗତ ଭାବେ ଦେଖିଲେ ଟିମ୍ ଇଣ୍ଡିଆ ଏବେ ଟେଷ୍ଟ ରାଙ୍କିର ଦ୍ୱିତୀୟ ସ୍ଥାନରେ ରହିଛି । ଏହା ଉପରକୁ କେବଳ ଅଷ୍ଟ୍ରେଲିଆ ଦଳ ରହିଛି । ସେହିପରି ଟି-୨୦ରେ ଟିମ୍ ଇଣ୍ଡିଆ ଏକ ନମ୍ବର ଓ ଦିନିକିଆରେ ଦଳ ଚତୁର୍ଥ ସ୍ଥାନରେ ରହିଛି ।