ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ ! ବିଶ୍ୱର ଶ୍ରେଷ୍ଠ ଟେଷ୍ଟ ବ୍ୟାଟ୍ସମ୍ୟାନ ସ୍ଥାନ ବଜାୟ ରଖିଲେ କୋହଲି ।

କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚର ଗୁରୁତ୍ୱପୂଣ୍ଣ ଶୃଙ୍ଖଳା ପୂର୍ବରୁ ଆଇସିସି ଟେଷ୍ଟ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅକ୍ଷୁର୍ଣ୍ଣ ରଖିଛନ୍ତି ।

184

ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ ଶ୍ରେଷ୍ଠ ସ୍ଥାନ ବଜାୟ ରଖିଲେ କ୍ରିକେଟ୍ ଜଗତର ରନ୍ ମେସିନ୍ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି । କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚର ଗୁରୁତ୍ୱପୂଣ୍ଣ ଶୃଙ୍ଖଳା ପୂର୍ବରୁ ଆଇସିସି ଟେଷ୍ଟ ବ୍ୟାଟିଂ ର‍୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ଅକ୍ଷୁର୍ଣ୍ଣ ରଖିଛନ୍ତି । ଦକ୍ଷିଣ ଆଫ୍ରିକାର କାଗିସୋ ରାବଡା ପୁଣି ଥରେ ବିଶ୍ୱର ୧ ନମ୍ବର ଟେଷ୍ଟ ବୋଲର ମର୍ଯ୍ୟାଦା ଲାଭ କରିଛନ୍ତି ।

ଆଇସିସି ଦ୍ୱାରା ବୁଧବାର ଜାରି ର‍୍ୟାଙ୍କିଙ୍ଗ ଅନୁସାରେ କୋହଲିଙ୍କ ପାଖରେ ବର୍ତ୍ତମାନ ୯୩୫ ପଏଣ୍ଟ ଅଛି। ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁଥିବା ମ୍ୟାଚେୀ ସେ ନିଜର ର‍୍ୟାଙ୍କିଙ୍ଗରେ ସଂଶୋଧନ ଆଣିବାକୁ ନିଶ୍ଚିତ ଭାବରେ ଉଦ୍ୟମ କରିବେ। କୋହଲିଙ୍କ ଶୀର୍ଷ ର୍ୟାଙ୍କିଙ୍ଗ ବର୍ତ୍ତମାନ ପାଇଁ ବିପଦପୂର୍ଣ୍ଣ ନୁହେଁ । କାରଣ ୨ୟ ସ୍ଥାନରେ ଷ୍ଟିଭ୍ ସ୍ମିଥ ୯୧୦ ପଏଣ୍ଟ ରହିଛି । କିନ୍ତୁ ବଲ୍ ଟାମ୍ପରିଙ୍ଗ ଅଭିଯୋଗରେ ତାଙ୍କ ଉପରୁ ନିଲମ୍ବନ ବାହାର କରାଯାଇ ନାହିଁ ଅର୍ଥାତ ଆଗାମୀ ଶୃଙ୍ଖଳାରେ ସେ ଖେଳିବେ ନାହିଁ । ଏଥିରେ ତାଙ୍କର ର‍୍ୟାଙ୍କିଙ୍ଗରେ ହ୍ରାସ କରିବ ।

ସେହିଭଳି ବୋଲିଂ ର‍୍ୟାଙ୍କିଙ୍ଗ ଶୀର୍ଷ ସ୍ଥାନରେ ପରିବର୍ତ୍ତନ ହୋଇଛି। ଦକ୍ଷିଣ ଆଫ୍ରିକାର ଯୁବ ତଥା ଦ୍ରୁତ ବୋଲର ରାବଡା ପୁଣି ଥରେ ବୋଲିଂ ର‍୍ୟାଙ୍କିଙ୍ଗ ତାଲିକାର ୧ ନମ୍ବର ସ୍ଥାନକୁ ଛୁଇଁଛନ୍ତି । ରାବଡ଼ା ଇଂଲଣ୍ଡର ଜେମ୍ସ ଆଣ୍ଡରସନଙ୍କ ମାତ୍ ଦେଇ ତାଙ୍କ ସ୍ଥାନ ଅକ୍ତିଆର କରିଛନ୍ତି । ଅନ୍ୟପଟେ ପାକିସ୍ତାନର ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବିଜୟ ପରେ ଜାରି ର୍ୟାଙ୍କିଙ୍ଗରେ ଭାରତୀୟ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗୋଟିଏ ପାଦ ଆଗକୁ ଯାଇ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।