କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ୍ ନେଇ ଆସିଛି ବଡ ଖବର । ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ । ଆଜି ଆଇସିସି ଆଗାମୀ ଟି-୨୦ ବିଶ୍ୱକପ୍ ନେଇ ଗ୍ରୁପ୍ ଘୋଷଣା କରିଥିବାବେଳେ ଗୋଟିଏ ଗ୍ରୁପରେ ଭାରତ ଓ ପାକିସ୍ତାନ ରହିଥିବା ଜଣାପଡିଛି । ଯାହା ଫଳରେ ଦୁଇ ଦଳ ଭିତରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।
କରୋନା ମହାମାରୀ ଭିତରେ ଆସନ୍ତା ଅକ୍ଟୋବର ୧୭ରୁ ନଭେମ୍ବର ୧୪ ଭିତରେ ଆଇସିସି ଟି-୨୦ ବିଶ୍ୱକପ୍ ଖେଳାଯିବ । ଭାରତ ବଦଳରେ ଏହି ମ୍ୟାଚ୍ ଆଇସିସି ୟୁଏଇରେ ଆୟୋଜନ କରୁଛି । ତେବେ ଆଜି ଏହାର ଗ୍ରୁପ୍ ଘୋଷଣା ହୋଇଛି ।ଟୁର୍ଣ୍ଣାମେଣ୍ଟର ପ୍ରଥମ କ୍ୱାଲିଫାଇଙ୍ଗ୍ ଟିମରେ ଶ୍ରୀଲଙ୍କା, ଆର୍ୟଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ନାମିବିଆ ସ୍ଥାନ ପାଇଛନ୍ତି । ଏହାସହ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପପୁଆ ନ୍ୟୁ ଗିିନି ଓ ଓମାନ ମଧ୍ୟ ରହିଛନ୍ତି । ଏହି ୮ ଦଳ ଭିତରୁ ୪ଟି ଟିମ୍ ମୁଖ୍ୟ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବେ ।
ସେହିପରି ସୁପର ୧୨ରେ ସ୍ଥାନ ପାଇଥିବା ଦେଶ ହେଉଛି...
ଗ୍ରୁପ୍ ୧
- ଇଂଲଣ୍ଡ
- ଅଷ୍ଟ୍ରେଲିଆ
- ଦକ୍ଷିଣ ଆଫ୍ରିକା
- ୱେଷ୍ଟଇଣ୍ଡିଜ୍
- ଗ୍ରୁପ୍ ‘ଏ’ ର ବିଜେତା
- ଗ୍ରୁପ୍ ‘ବି’ ର ରନର୍ସ ଅପ୍
ଗ୍ରୁପ୍ ୨
- ଭାରତ
- ପାକିସ୍ତାନ
- ନ୍ୟୁଜିଲାଣ୍ଡ
- ଆଫଗାନିସ୍ତାନ
- ଗ୍ରୁପ୍ ‘ଏ’ ର ରନର୍ସ ଅପ୍
- ଗ୍ରୁପ୍ ‘ବି’ ର ବିଜେତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/07/30-7.jpg)