କନକ ବ୍ୟୁରୋ: ଆଇସିସି ତରଫରୁ ବୁଧବାର ନୂଆ ଟି-୨୦ ରାଙ୍କିଙ୍ଗ୍ ପ୍ରକାଶ ପାଇଛି । ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଲମ୍ବା ଲମ୍ଫ ମାରିଛନ୍ତି । କୋହଲିଙ୍କ ଆଇସିସି ରାଙ୍କିଙ୍ଗରେ ଉନ୍ନତି ଆସିଥିବାବେଳେ, ଏବେ ସେ ଟପ୍-୧୦ ବ୍ୟାଟ୍ସମ୍ୟାନ୍ ଲିଷ୍ଟରେ ସାମିଲ ହୋଇଛନ୍ତି । ସଦ୍ୟ ପ୍ରକାଶିତ ରାଙ୍କିଙ୍ଗରେ କୋହଲି ୯ମ ସ୍ଥାନରେ ରହିଛନ୍ତି । ତେବେ ପାକିସ୍ତାନ ବିପକ୍ଷରେ ଦମଦାର ଇଂନିସ ଖେଳିବା ପରେ କୋହଲିଙ୍କୁ ଏହି ସଫଳତା ମିଳିଛି ।
ଗତ କିଛି ବର୍ଷ ଧରି କୋହଲି ଇଣ୍ଟରନ୍ୟାସନାଲ ମ୍ୟାଚରେ ରନ୍ ସଂଗ୍ରହ କରିବାକୁ ସଂଘର୍ଷ କରୁଥିଲେ । ଯାହା ଫଳରେ ଆଇସିସି ରାଙ୍କିଙ୍ଗ୍ ତାଲିକାରେ ତାଙ୍କର ସ୍ଥାନ ତଳକୁ ତଳକୁ ଖସି ଚାଲିଥିଲା । ଏହାପରେ କୋହଲି କିଛି ଦିନ ପାଇଁ କ୍ରିକେଟରୁ ବ୍ରେକ୍ ନେଇଥିଲେ । ଆଉ ଦମଦାର ଫର୍ମ ସହ ମୈଦାନକୁ ଫେରିଥିଲେ । ଆଉ ଏବେ କୋହଲି ଦୁଇ ମାସ ପରେ ଟପ୍-୧୦ ରାଙ୍କିଙ୍ଗକୁ ଫେରିଛନ୍ତି ।
ଅନ୍ୟପଟେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜବାନ ରାଙ୍କିଙ୍ଗର ଟପରେ ରହିଛନ୍ତି । ଏହା ପଛକୁ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଡେବୋନ୍ କନୱେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତେବେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ ଗୋଟିଏ ସ୍ଥାନ ତଳକୁ ଖସି ଏବେ ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ଏହା ପଛକୁ ପଛ ପାକିସ୍ତାନୀ ଅଧିନାୟକ ବାବର ଆଜମ ଓ ଦକ୍ଷିଣ ଆଫ୍ରିକା ଖେଳାଳି ଏଡେନ୍ ମାର୍କରମ ରହିଛନ୍ତି ।
Follow Us