ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ବାତିଲ୍ । କରୋନା ସତର୍କତା ପାଇଁ ଆଇସିସି ସ୍ଥଗିତ ରଖିଲା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ।

298

କନକ ବ୍ୟୁରୋ: କରୋନା ପରିସ୍ଥିତିକୁ ନଜରରେ ରଖି ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ୍ ନେଲା ବଡ ପଦକ୍ଷେପ । ଟି-୨୦ ବିଶ୍ୱକପ୍ ପାଇଁ ହେବାକୁ ଥିବା ସମସ୍ତ ଯୋଗ୍ୟତା ପର୍ଯାୟ ମ୍ୟାଚକୁ ବାତିଲ୍ କରିବାକୁ ନିଷ୍ପତି ନେଇଛି ଆଇସିସି । ଆସନ୍ତା ଜୁନ୍ ମାସ ଭିତରେ ହେବାକୁ ପ୍ରତ୍ୟେକ ଯୋଗ୍ୟତା ପର୍ଯାୟ ମ୍ୟାଚ୍ ଖେଳାଯିବନାହିଁ ବୋଲି ଟ୍ୱିଟ୍ କରି ଜଣାଇଛି ଆଇସିସି ।

କେବଳ ସେତିକି ନୁହେଁ ଆଇସିସି ମେନ୍ସ ଟି-୨୦ ୱାର୍ଲ୍ଡ କପ୍ ଟୁରକୁ ମଧ୍ୟ ବାତିଲ୍ କରାଯାଇଛି । ସବୁଠାରୁ ବଡ଼ କଥା ହେଲା କି, ବର୍ତ୍ତମାନ ସ୍ଥିତିରେ ‘କରୋନା’ ବିଶ୍ୱମହାମାରୀ ଭାବେ ସମସ୍ୟା ବଢ଼ାଇଥିବାବେଳେ ଏହାକୁ ଅଧିକ କ୍ରୀୟାଶୀଳ ନହେବାକୁ ଆଇସିସି କଡ଼ା ମୁକାବିଲା କରିବାକୁ ନିଷ୍ପତି ନେଇଛି । ସାମୟିକ ଭାବେ ବତ୍ତର୍ମାନ ବିଶ୍ୱସ୍ତରୀୟ କୌଣସି ଟୁର୍ଣ୍ଣାମେଣ୍ଟ ଆୟୋଜନ ନକରିବାକୁ ନିଷ୍ପତି ନେଇଛି ଆଇସିସି । କାରଣ କରୋନା ଗୋଷ୍ଠୀ ସଂକ୍ରମଣରୁ ବ୍ୟାପୁଥିବାରୁ ଏହାର ମୁକାବିଲା ସଙ୍ଗରୋଧରୁ ହିଁ କରାଯାଇ ପାରିିବ ।