ଆଜିଠୁ ଆଇସିସିର ନୂଆ ନିୟମ : ବଡ ବ୍ୟାଟ ଉପରେ ଲାଗିଲା ଅଙ୍କୁଶ

32

କନକ ବ୍ୟୁରୋ :  କ୍ରିକେଟକୁ ଆହୁରି ରୋମାଂଚକ କରିବା ପାଇଁ ଆଜି ଠାରୁ ଆଇସିସି ନୂଆ ନିୟମ ଲାଗୁ କରିଛି । ଏହି ନିୟମ cricସେପ୍ଟେମ୍ବର କିମ୍ବା ଏହାପରେ ଆରମ୍ଭ ହେବାକୁଥିବା ସିରିଜରେ ଲାଗୁ ହେବ । ଆଇସିସିର ନୂଆ ନିୟମ ଅନୁସାରେ ବ୍ୟାଟର ଓସାର ୧୦୮ମିଲିମିଟର, ମୋଟେ୬୭ ମିଲିମିଟର ଓ କୋଣ ୪୦ ମିଲିମିଟର ଭିତରେ ରହିବା ବାଧ୍ୟତାମୂଳକ । ବଡ ବ୍ୟାଟକୁ ରୋକିବା ପାଇଁ ଅମ୍ପାୟର ବେଟ ଗେଜ ବ୍ୟବହାର କରିବେ ବୋଲି ସୂଚନା ମିଳିଛି ।

ଟେଷ୍ଟ କ୍ରିକେଟରେ ୮୦ ଓଭର ପରେ ଟିମକୁ ୨ଟି ରିଭ୍ୟୁ ମିଳୁଥିଲା । ହେଲେ ନୂଆ ନିୟମ ଅନୁସାରେ ଟିମକୁ କେବଳ ୨ଟି ରିଭ୍ୟୁ ମିଳିବ । ସେହିପରି ଟି-ଟ୍ୱେଂଟି ମ୍ୟାଚରେ ମଧ୍ୟ ରିଭ୍ୟୁ ଲାଗୁ କରିଛନ୍ତି ଆଇସିସି । କ୍ରିଜକୁ ସ୍ପର୍ଶ ନକରି କ୍ରିଜ ଭିତରେ ବ୍ୟାଟ ଥିଲେ ତାହା ନଟଆଉଟ ଧରାଯିବ । ସେହିପରି ବୋଲର ବୋଲିଂ ପାଇଁ ପ୍ରସ୍ତୁତ ହେଉଥିବା ବେଲେ ନନଷ୍ଟ୍ରାଇକ ଏଣ୍ଡରେ ଥିବା ବ୍ୟାଟ୍ସମ୍ୟାନ କ୍ରିଜ ଛାଡିଲେ ରନ ଆଉଟ କରାଯାଇ ପାରିବ ।  ଅନ୍ୟପଟେ କୌଣସି ଖେଳାଳି ଦୁର୍ବ୍ୟବହାର କଲେ ଅମ୍ପାୟର ରେଡକାର୍ଡ ଦେଖାଇ ତାଙ୍କୁ ପଡିଆରୁ ବାହାର କରିଦେଇ ପାରିବେ । ସେହିପରି ଜାଣିଶୁଣି ପ୍ରତିପକ୍ଷ ଖେଳାଳିଙ୍କ ସହ ଝଗଡା କଲେ ପୁରା ମ୍ୟାଚରୁ ସଂପୃକ୍ତ ଖେଳାଳିଙ୍କୁ ସସପେଣ୍ଡ କରିପାରିବେ ଅମ୍ପାୟାର । । ତେବେ ଆଜିର ଭାରତ-ଅଷ୍ଟ୍ରେଲିଆ ଦିନିକିଆରେ ଏହା ଲାଗୁ ହେବନାହିଁ ।