କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ । ମ୍ୟାଚ୍ ପୂର୍ବରୁ ବିଶ୍ୱକପ୍ ଟ୍ରଫି ସହ ପଡ଼ିଆକୁ ଯାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ସଚିନ୍ ତେନ୍ଦୁଲକର । ସଚିନ୍ ତେନ୍ଦୁଲକର ରେକର୍ଡ ୬ଟି ବିଶ୍ୱକପ୍ ଖେଳିଛନ୍ତି ।
ଗତକାଲି ଆଇସିସି ସଚିନ୍ ତେନ୍ଦୁଲକରଙ୍କୁ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଛି । ଏଥର ବିନା ୱାର୍ମ ଅପରେ ସିଧାସଳଖ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମେ ଇଂଲଣ୍ଡ ବିପକ୍ଷ ୱାର୍ମ ଅପ୍ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇ ଯାଇଥିଲା । ଏହା ପରେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁ ହୋଇପାରିନାହିଁ । ତିରୁଅନନ୍ତପୁରମରେ ଥିବା ଭାରତୀୟ ଦଳ ସିଧାସଳଖ ଚେନ୍ନାଇବେ ପହଞ୍ଚିବ । ସେଠାରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ପାଇଁ ପ୍ରସ୍ତୁତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/hk1h4kh6hfkfhk-750x430-1.jpg)