ଆଇସିସି ଟେଷ୍ଟ ବ୍ୟାଟିଂ Ranking । ଟପ୍ ଟେନରେ ୩ ଭାରତୀୟ ।

212

କନକ ବ୍ୟୁରୋ : ଆଇସିସି ଜାରି କରିଛି ଟେଷ୍ଟ ବ୍ୟାଟିଂ Ranking ତାଲିକା । ତେବେ ତାଲିକାର ଟପ୍ ଟେନରେ ୩ଜଣ ଭାରତୀୟ ଖେଳାଳୀ ସ୍ଥାନ ଅକ୍ତିଆର କରିଛନ୍ତି । ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୮୧୪ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ହିଟମ୍ୟାନ୍ ରୋହିତ ଶର୍ମା ୭୪୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବା ବେଳେ ସମାନ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛନ୍ତି ଯୁବ ତାରକା ଋଷଭ ପନ୍ଥ ।

ତାଲିକାର ଶୀର୍ଷରେ ରହିଛନ୍ତି, ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମସନ୍ । ତୃତୀୟରେ ରହିଛନ୍ତି ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ୍ । ଇଂଲଣ୍ଡର ଜୋ ରୁଟ୍ ପଞ୍ଚମ ସ୍ଥାନରେ ଥିବା ବେଳେ, ଅଷ୍ଟମରେ ହେନେରୀ ନିକୋଲ୍ସ, ନବମରେ ଡେଭିଡ୍ ୱାର୍ନର ଏବଂ ଦଶମରେ ଦକ୍ଷିଣଆଫ୍ରିକାର କ୍ୱିଣ୍ଟନ ଡିକକ ରହିଛନ୍ତି ।