କନକ ବ୍ୟୁରୋ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆଇସିିସି କରିଛି ବଡ ଘୋଷଣା । ଆସନ୍ତା ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ତାରିଖ ଯାଏଁ ଖେଳାଯିବ ଟି-୨୦ କ୍ରିକେଟ୍ ବିଶ୍ୱକପ୍ । ତେବେ ଭାରତ ନୁହେଁ ଚଳିତ ଥର ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ବିିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇକୁ ଘୁଞ୍ଚାଇ ଦେଇଛି । ତେବେ ଏନେଇ ବହୁ ଦିନରୁ ଚର୍ଚ୍ଚା ହେଉଥିଲେ ମଧ୍ୟ ଆଇସିସି ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରିଛି ।
ୟୁଏଇର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ, ଶେଖ୍ ଜୟାଦ ଷ୍ଟାଡିୟମ, ଶାରଜାହା ଷ୍ଟାଡିୟମ ଏବଂ ଓମାନ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟତା ଭିତ୍ତିକ ମ୍ୟାଚ୍ ଏବଂ ପରେ ମୁଖ୍ୟ ମ୍ୟାଚ୍ ଖେଳାଯିବ ।
ବାଲାଂଦେଶ ସହିତ ଶ୍ରୀଲଙ୍କା, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମ୍ବିବିଆ, ଓମାନ ଏବଂ ପପୁଆ ନ୍ୟୁ ଗିନି ଯୋଗ୍ୟତା ଭିତ୍ତିକ ମ୍ୟାଚ୍ ଖେଳେବେ । ଏହି ଟିମମାନଙ୍କ ମଧ୍ୟରୁ ୨ଟି ଟିମ୍ ପ୍ଲେ-ଅଫ୍ ଷ୍ଟେଜକୁ ଉତ୍ତୀର୍ଣ୍ଣ ହେବେ । ତେବେ କରୋନା କଟକଣା ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ଆଇସିସି ପକ୍ଷରୁ ଘୋଷଣା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/06/ICC-T20I-World-Cup-2021-trophy-1024x768.jpg)