ଆଇସିସି ଦିନିକିଆ ଦଳ ଘୋଷିତ । ଭାରତରୁ କାହାକୁ ମିଳିଲାନି ସ୍ଥାନ, ପାକିସ୍ତାନର ବାବରଙ୍କ ହାତରେ ଅଧିନାୟକ ଦାୟିତ୍ୱ ।

367

କନକ ବ୍ୟୁରୋ : ଆଇସିସି ଚଳିତବର୍ଷର ଦିନିକିଆ ଦଳ ଘୋଷଣା କରିଛି । ତେବେ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ଦିନିକିଆ ଟିମରେ ଆଶ୍ଚର୍ଯ୍ୟଜନକ ଭାବେ କୌଣସି ଭାରତୀୟ ଖେଳାଳୀଙ୍କୁ ସ୍ଥାନ ମିଳିନାହିଁ । ଅନ୍ୟପଟେ ପାକିସ୍ତାନକୁ ଖୁସି କରିଛି ଆଇସିସି । କାରଣ ଘୋଷଣା କରାଯାଇଥିବା ଦଳରେ ବାବର ଆଜମଙ୍କ ସମେତ ଫଖର ଜମାନଙ୍କୁ ସୁଯୋଗ ମିଳିଛି । ଆଉ ସବୁଠୁ ବଡ କଥା ହେଲା ବାବର ଆଜମଙ୍କୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ସେହିଭଳି ଶ୍ରୀଲଙ୍କାର ହସରଙ୍ଗା ଓ ଚାମିରାଙ୍କୁ ମଧ୍ୟ ଦଳରେ ସୁଯୋଗ ମିଳିଛି ।

ଆଇସିସି ଦିନିକିଆ ଦଳରେ ଭାରତର କୌଣସି ଖେଳାଳୀ ସ୍ଥାନ ପାଇନଥିବା ବେଳେ ବାଂଲାଦେଶର ୩ ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ବାଂଲାଦେଶର ମୁସ୍ତାଫିଜୁର ରେହମାନ, ମୁସିଫକୁର ରହିମ ଓ ସାକିବ-ଅଲ-ହାସନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାର ଜାନେମନ ମଲାନ ଓ ଭେନ୍ ଡର ଡୁସେନଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ସେହିଭଳି ଆର୍ୟଲାଣ୍ଡର ପର୍ଲ ଷ୍ଟ୍ରଲିଙ୍ଗ ଓ ସିମି ସିଂଙ୍କୁ ମଧ୍ୟ ସୁଯୋଗ ମିଳିଛି । ଉଭୟ ଟି-୨୦ ଓ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଏଥର ବାବର ଆଜମଙ୍କ ହାତରେ ରହିଛି ।

ଗତ କିଛି ବର୍ଷ ହେବ ବାବର ଆଜମଙ୍କ ଜବରଦସ୍ତ ଫର୍ମରେ ରହିଛନ୍ତି । ଉଭୟ ଟି-୨୦ ଓ ଦିନିକିଆରେ ବାବର ବିସ୍ଫୋରକ ବ୍ୟାଟିଂ ସହ ଦଳକୁ ଅଧିନାୟକ ଭାବେ ଆଗକୁ ନେଇଛନ୍ତି । ସେହିଭଳି ଶ୍ରୀଲଙ୍କାର ହସରଙ୍ଗା ମଧ୍ୟ ଉଭୟ ଟି-୨୦ ଓ ଦିନିକିଆରେ ନିଜର ଜଲୱା ଦେଖାଉଛନ୍ତି । ତେଣୁ ତାଙ୍କୁ ଶ୍ରେଷ୍ଠ ସ୍ପିନର ଭାବେ ଦଳରେ ସାମିଲ କରାଯାଇଛି ।