କନକ ବ୍ୟୁରୋ : ଆଜି ବିଶ୍ୱକପରେ ଖେଳାଯିବ ଦୁଇଟି ମ୍ୟାଚ୍ । ଇଂଲଣ୍ଡ-ବାଂଲାଦେଶ ଓ ପାକିସ୍ତାନ-ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ହେବ । ପ୍ରଥମ ମ୍ୟାଚରେ ଧର୍ମଶାଳାରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ବାଂଲାଦେଶ । ସେହିପରି ଦ୍ୱିତୀୟ ମ୍ୟାଚରେ ହାଇଦ୍ରାବାଦରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଟକ୍କର ହେବ । ପରାଜୟରୁ ଇଂଲଣ୍ଡ ଅଭିଯାନ ଆରମ୍ଭ କରିଥିଲା । ନ୍ୟୁଜିଲାଣ୍ଡଠାରୁ ୯ ୱିକେଟରେ ଦଳ ପରାସ୍ତ ହୋଇଥିଲା । ଆଜି ପ୍ରତ୍ୟାବର୍ତ୍ତନ ଆଶା ନେଇ ପଡ଼ିଆକୁ ଓହ୍ଲାଇବ ଦଳ । ବାଂଲାଦେଶର ପ୍ରଥମ ମ୍ୟାଚରେ ସହଜ ବିଜୟ ପାଇଥିଲା ।

Advertisment

ଏହି ପିଚରେ ଆଫଗାନିସ୍ତାନକୁ ହରାଇଥିବାରୁ ପୁଣି ଆଉ ଏକ ବିଜୟ ଆଶାରେ ରହିଛି ଦଳ । ସେହିପରି ହାଇଦ୍ରାବାଦରେ ଦୁଇ ଏସୀୟ ରାଷ୍ଟ୍ର ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ କଡା ସଂଘର୍ଷ ହେବାର ସମ୍ଭାବନା ରହିଛି । ନେଦରଲାଣ୍ଡ୍ସକୁ ହରାଇ ପାକିସ୍ତାନ ଅଭିଯାନ ଆରମ୍ଭ କରିଛି । ହେଲେ ଶ୍ରୀଲଙ୍କା ବଡ଼ ବ୍ୟବଧାନରେ ଦକ୍ଷିଣ ଆଫ୍ରିକାଠାରୁ ହାରିଥିଲା । ହାଇଦ୍ରାବାଦରେ ପାକିସ୍ତାନ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବା ସହ ପ୍ରଥମ ମ୍ୟାଚ୍ ମଧ୍ୟ ଏହି ପଡ଼ିଆରେ ଖେଳିଥିଲା । ପିଚ୍ ସହ ଅଭ୍ୟସ୍ତ ଥିବାରୁ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିବ ଦଳ ।