କନକ ବ୍ୟୁରୋ : ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୧୯ରେ ଆଜି ଖେଳାଯିବ ଦୁଇଟି ହାଇଭୋଲଟେଜ୍ ମ୍ୟାଚ୍ । ଚଳିତ ବିଶ୍ୱକପର ୩୬ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ଆଫଗାନିସ୍ତାନ । ଅପରାହ୍ନ ୩ଟାରେ ଇଂଲଣ୍ଡର ହିଡିଙ୍ଗଲେ, ଲିଡସ୍ ଠାରେ ଏହି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚଟି ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱ ରଖୁଛି । ଗୋଟିଏ ପଟେ ଆଫଗାନିସ୍ତାନ ଚଳିତ ବିଶ୍ୱକପରୁ ବାହାର ହୋଇସାରିଥିବା ବେଳେ ପାକିସ୍ତାନ ଯଦି ଆଜିର ମ୍ୟାଚରେ ପରାସ୍ତ ହୁଏ, ତେବେ ପାକ୍ ମଧ୍ୟ ବିଶ୍ୱକପ ସେମିଫାଇନାଲ ଦୌଡରୁ ବାଦ୍ ପଡିବ । ୭ ଅଙ୍କ ସହ ପାକିସ୍ତାନ ବର୍ତ୍ତମାନ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଥିବା ବେଳେ ଆଫଗାନିସ୍ତାନ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚରେ ମଧ୍ୟ ବିଜୟ ହୋଇପାରିନାହିଁ ।

Advertisment

ସେହିପରି ଆଜି ବିଶ୍ୱକପରେ ରହିଛି ଆଉ ଏକ ଦମଦାର ଫାଇଟ୍ । ବିଶ୍ୱକପର ୩୭ତମ ମ୍ୟାଚରେ ଆଜି ମୁହାଁମୁହିଁ ହେବେ ଡିଫେଣ୍ଡିଙ୍ଗ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଏବଂ ଶକ୍ତିଶାଳୀ ନ୍ୟୁଜିଲାଣ୍ଡ । ଅପରାହ୍ନ ୬ଟାରେ ଲଣ୍ଡନର ଲର୍ଡସ ଠାରେ ଏହି ରୋମାଞ୍ଚକର ମ୍ୟାଚ୍ ଖେଳାଯିବ । ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିସାରିଥିବା ବେଳେ ଆଜି ମ୍ୟାଚରେ ଯଦି ନ୍ୟୁଜିଲାଣ୍ଡ ବିଜୟ ଲାଭ କରେ, ତେବେ କିଓି୍ୱ ଦଳ ମଧ୍ୟ ସେମିଫାଇନାଲ୍ ଟିକେଟ୍ ହାସଲ କରିବ । ୧୨ ପଏଣ୍ଟ ସହ ଅଷ୍ଟ୍ରେଲିଆ ଏବେ ପଏଣ୍ଟଟେବୁଲର ଶୀର୍ଷରେ ରହିଥିବା ବେଳେ ୧୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି ନ୍ୟୁଜିଲାଣ୍ଡ ।