କନକ ବ୍ୟୁରୋ: ୨୦୨୨ ବର୍ଷ ପାଇଁ ଆଇସିସି ଦ୍ୱାରା ପୁରସ୍କାରର ଘୋଷଣା ଆରମ୍ଭ ହୋଇସାରିଛି । ସୋମବାର ପ୍ରଥମେ ଆଇସିସି ଟି-୨୦ ଟିମ୍ ଅଫ୍ ଦି ଇୟରର ଘୋଷଣା କରାଯାଇଛି । ଏଥିରେ ଭାରତୀୟ ଟିମର ଦବଦବା ଦେଖିବାକୁ ମିଳିଛି । ଆଇସିସିର ଏହି ଟିମରେ ତିନି ଭାରତୀୟ ଖେଳାଳି ସାମିଲ ହୋଇଛନ୍ତି । ଚଳିତ ବର୍ଷର ସର୍ବାଧିକ ରନ ସଂଗ୍ରହକାରୀ ସୂର୍ଯ୍ୟକୁମାର ଯାଦବ ସାମିଲ ରହିଛନ୍ତି ।
ଆଇସିସି ଦ୍ୱାରା ବର୍ଷ ୨୦୨୨ ପାଇଁ ଜାରି ହୋଇଥିବା ଏହି ଟିମରେ ସୂର୍ଯ୍ୟଙ୍କ ବଦଳରେ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ସାମିଲ ରହିଛନ୍ତି । ଏହି ଦଳର ନେତୃତ୍ୱ ଜୋସ ବଟଲରଙ୍କୁ ଦିଆଯାଇଛି । ବଟଲରଙ୍କ ନେତୃତ୍ୱରେ ଇଂଲଣ୍ଡ ଚଳିତଥର ଟି-୨୦ ବିଶ୍ୱକପ ହାତେଇପାରିଛି । ଟିମରେ ଭାରତର ୩, ପାକିସ୍ତାନର ୩, ଇଂଲଣ୍ଡର ୨, ନ୍ୟୁଜିଲାଣ୍ଡ-ଜିମ୍ବାୱେ-ଶ୍ରୀଲଙ୍କା-ଆୟାରଲାଣ୍ଡର ଜଣେ ଲେଖାଁଏ ଖେଳାଳିଙ୍କୁ ସୁଯୋଗ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Screenshot-2023-01-23-163607.jpg)