ଟି-୨୦ ବିଶ୍ୱକପ ପାଇଁ ପୁରସ୍କାର ରାଶି ଘୋଷଣା: ବିଜେତା ଟିମକୁ ମିଳିବ ୧୨ କୋଟି ଟଙ୍କା

256

କନକ ବ୍ୟୁରୋ: ଆଇସିସି ଟି-୨୦ ବିଶ୍ୱକପ ପାଇଁ ଘୋଷଣା ହେଲା ପୁରସ୍କାର ରାଶି । ଏନେଇ ଟ୍ୱିଟ କରି ସୂଚନା ଦେଇଛି ଆଇସିସି । ଆଇସିସି ଅନୁସାରେ ଟି-୨୦ ବିଶ୍ୱକପ ବିଜେତାଙ୍କୁ ୧୨ କୋଟି ଟଙ୍କା ପୁରସ୍କାର ଦିଆଯିବ । ସେହିପରି ଉପବିଜେତାଙ୍କୁ ୬ କୋଟି ଟଙ୍କା । ଆଉ ସେମିଫାଇନାଲରେ ପରାସ୍ତ ହୋଇଥିବା ୨ଟି ଟିମକୁ ୩ କୋଟି ଲେଖାଏଁ ପୁରସ୍କାର ଦିଆଯିବ ।

ଏହାସହ ସୁପର ୧୨ ଷ୍ଟେଜରେ ପ୍ରତ୍ୟେକ ମ୍ୟାଚ ବିଜେତାଙ୍କୁ ବୋନସ ଦିଆଯିବ । ଏହିପରି ଭାବେ ଏହି ଟି-୨୦ ବିଶ୍ୱକପରେ ପ୍ରାୟ ୪୨ କୋଟି ଟଙ୍କାର ପୁରସ୍କାର ଦେବ ଆଇସିସି । ଏହି ବିଶ୍ୱକପରେ ୧୬ଟି ଟିମ ଭାଗ ନେଉଛନ୍ତି ।

୨୦୨୧ ଆଇସିସି ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଅକ୍ଟୋବର ୧୭ରୁ ଆରମ୍ଭ ହେବ । ଭାରତର ପ୍ରଥମ ମ୍ୟାଚ ଅକ୍ଟୋବର ୨୪ ତାରିଖରେ ପାକିସ୍ତାନ ସହ ହେବ । ଏହି ମ୍ୟାଚରେ ଉଭୟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ ।