କ୍ରିକେଟ ଖେଳ ନିୟମରେ ହେବ ତିନି ବଡ ପରିବର୍ତନ, ଜୁନ ୧ ରୁ ଲାଗୁ ହେବ ଆଇସିସିର ନୂଆ ନିୟମ

705

କନକ ବ୍ୟୁରୋ : କ୍ରିକେଟ ଖେଳ ନିୟମରେ ହେବ ବଡ ପରିବର୍ତନ । ଜୁନ ୧ ରୁ ଲାଗୁ ହେବ ଆଇସିସିର ନୂଆ ନିୟମ । ଏଣିକି ଖେଳାଳିଙ୍କୁ ସବୁବେଳେ ହେଲମେଟ ପିନ୍ଧିବାକୁ ପଡିବ । ଖେଳାଳୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଆର୍ନ୍ତଜାତୀୟ କ୍ରିକେଟ ପରିଷଦ । ସେହିପରି ଥାର୍ଡ ଅମ୍ପୟାରକୁ-ଅମ୍ପୟାର ଦେଉଥିବା ସଫ୍ଟ ସିଗନାଲ ଆଉ ଦେବାକୁ ପଡିବ ନାହିଁ । ଏଥିସହ ଫ୍ରିି ହିଟ୍ ବଲରେ ରନ କରିବାର ନିୟମରେ ପରିବର୍ତନ ମଧ୍ୟ କରାଯାଇଛି । ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଆଇସିସିି ପୁରଷ କ୍ରିକେଟ କିମିଟ ସୁପାରିଶ କ୍ରମେ ନିୟମରେ ପରିବର୍ତନ କରାଯାଇଛି । ଜୁନ ୧ ତାରିଖରୁ ଲର୍ଡସରେ ଆୟରଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚରେ ପ୍ରଥମ ଥର ପାଇଁ ଏସବୁ ନିୟମ ଲାଗୁ ହେବ ।