କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପକୁ ଆଉ ଦିନ କେଇଟା ବାକି ଅଛି । ୫ ଅକ୍ଟୋବରରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଭାରତରେ ଖେଳାଯିବ କ୍ରିକେଟର ମହାକୁମ୍ଭ । ପ୍ରଥମଥର ପାଇଁ ଭାରତ ଏକାକୀ ବିଶ୍ୱକପ ଆୟୋଜନ କରୁଛି । ବିଶ୍ୱକପ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଥିବା ବେଳେ ଭାଗ ନେବାକୁ ଥିବା ଦେଶ ଗୁଡିକ ନିଜ ୧୫ ଜଣିଆ ଦଳ ଘୋଷଣା କଲେଣି । ତେବେ ଏହି ବିଶ୍ୱକପ ଭଳି ମେଗା ଇଭେଣ୍ଟ ପୂର୍ବରୁ ଆଇସିସିି ମ୍ୟାଚ୍ ଅଫିସିଆଲଙ୍କ ନାଁ ଘୋଷଣା କରିଛି । ଯେଉଁ ତାଲିକାରେ ୧୬ ଅମ୍ପାୟାର ଓ ୪ ଜଣ ମ୍ୟାଚ୍ ରେଫରୀ ରହିଛନ୍ତି । ୧୬ ଅମ୍ପାୟାରଙ୍କ ମଧ୍ୟରୁ ୧୨ ଅମ୍ପାୟାର ଆଇସିସିର ଏମିରେଟ୍ସ ଏଲିଟ ପ୍ୟାନେଲରେ ରହିଛନ୍ତି । ସେହିଭଳି ୪ ଜଣ ଇମର୍ଜିଙ୍ଗ ଅମ୍ପାୟାର ପ୍ୟାନେଲର ସଦସ୍ୟ ରହିଛନ୍ତି ।

Advertisment

ଆଇସିସି ଏବେ କେବଳ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପାଇଁ ଅମ୍ପାୟାର ଓ ରେଫରୀଙ୍କ ନାଁ ଘୋଷଣା କରିଛି । ସେମିଫାଇନାଲ ଓ ଫାଇନାଲ ମୁକାବିଲା ପାଇଁ ପରବର୍ତ୍ତୀ ସମୟରେ ନାଁ ଘୋଷଣା କରିବ ଆଇସିସି । ଏହି ଅଫିସିଆଲଙ୍କକ ତାଲିକାରେ ଭାରତର ୨ ଜଣ ରହିଛନ୍ତି । ଭାରତର ନୀତିନ ମେନନ ଅମ୍ପାୟାର ଭାବେ ସ୍ଥାନ ପାଇଥିବା ବେଳେ ଜଭଗଲ ଶ୍ରୀନାଥ ମ୍ୟାଚ୍ ରେଫରୀ ଭାବେ ସ୍ଥାନ ପାଇଛନ୍ତି । ୧୬ ଅମ୍ପାୟାରଙ୍କ ମଧ୍ୟରୁ ୩ ଜଣ ଅମ୍ପାୟାର ୨୦୧୯ ବିଶ୍ୱକପ ସମୟରେ ମଧ୍ୟ ଆଇସିସି ଅଫିସିଆଲ ଗ୍ରୁପରେ ସ୍ଥାନ ପାଇଥିଲେ ।