ସଫଳତା ହାସଲ କଲେ ଭାଇ-ଭଉଣୀ: ସିଏ ପରୀକ୍ଷାରେ ଭଉଣୀ ଟପ୍ପର, ଭାଇ ହାସଲ କଲେ ୧୮ ରାଙ୍କ

434

କନକ ବ୍ୟୁରୋ: କମାଲ କଲେ ମଧ୍ୟପ୍ରଦେଶର ଭାଇ-ଭଉଣୀ ଯୋଡି । ସିଏ ଫାଇନାଲ ପରୀକ୍ଷାରେ ଉଭୟ ସଫଳତା ହାସଲ କରିଛନ୍ତି । ଭଉଣୀ ସାରା ଦେଶରେ ସିଏ ପରୀକ୍ଷାରେ ୧ ନମ୍ବର ସ୍ଥାନରେ ରହିଥିବା ବେଳେ ଭାଇ ୧୮ତମ ରାଙ୍କ ହାସଲ କରିଛନ୍ତି । ଏଭଳି ସଫଳତା ପାଇଁ ଭାଇ-ଭଉଣୀଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି ।

ଏମାନେ ହେଲେ ମଧ୍ୟପ୍ରଦେଶ ବାସିନ୍ଦା ନନ୍ଦିନୀ ଅଗ୍ରୱାଲ ଓ ତାଙ୍କ ଭାଇ ସଚିନ ଅଗ୍ରୱାଲ । ଉଭୟ ଭାଇ-ଭଉଣୀ ପିଲା ବେଳୁ ଗୋଟିଏ ସ୍କୁଲରେ ପାଠ ପଢୁଥିଲେ । ଆଉ ସାଙ୍ଗ ହୋଇ ସିଏ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିଲେ ।

ନନ୍ଦିନୀଙ୍କୁ ୮୦୦ରୁ ୬୧୪ ମାର୍କ ମିଳିଛି । ଉଭୟ ପ୍ରଥମ ପ୍ରୟାସରେ ହିଁ ଏହି ସଫଳତା ହାସଲ କରିଛନ୍ତି । ନନ୍ଦିନୀଙ୍କ କହିବାନୁସାରେ ସିଏ ପରୀକ୍ଷାରେ ପ୍ରସ୍ତୁତି ପାଇଁ ତାଙ୍କ ପରିବାର ତରଫରୁ ମଧ୍ୟ ତାଙ୍କୁ ସହଯୋଗ ମିଳୁଥିଲା ।

ନନ୍ଦୀନ ଓ ସଚିନ ଉଭୟ ଏକ ମଧ୍ୟବିତ୍ତ ପରିବାରର । ଉଭୟଙ୍କ ବାପା ଇନକମ ଟ୍ୟାକ୍ସ କନସଲ୍ଟଟାଣ୍ଟ ଥିବା ବେଳେ ମାଆ ଗୃହିଣୀ ଭାବେ କାମ କରୁଛନ୍ତି । ସେହିପରି ତାଙ୍କ ସଫଳତାରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ପ୍ରଶଂସା କରିଛନ୍ତି ।