ଚର୍ଚ୍ଚାରେ ଆଇଏଏସଙ୍କ ଛୁଟି ଦରଖାସ୍ତ । ଯିଏ ପଢୁଛି ସିଏ ହସୁଛି ।

18,545

କନକ ବ୍ୟୁରୋ: ଆପଣମାନଙ୍କର ମନେ ଥିବ ପିଲାବେଳେ ସ୍କୁଲରେ ପଢିଲାବେଳର କିଛି ସ୍ମୃତି । ବିଶେଷ କରି ଯଦି ଦେହ ଖରାପ ହେଲା ତାହେଲେ ଶିକ୍ଷକଙ୍କ ପାଖକୁ ଦରଖାସ୍ତ ଲେଖିବା କଥା ଭାରି ମଜାଦାର । ଆଉ ଯଦି ବିନା କାରଣରେ ଘରେ ରହିବାକୁ ଇଚ୍ଛା ହୁଏ ତାହାଲେ ମିଛ ଦରଖାସ୍ତ ଲେଖିବା କଥା ତ ଅଲଗା । ଆଉ ସେ ଦରଖାସ୍ତରୁ ଶିକ୍ଷକ ଠଉରାଇ ନିଅନ୍ତି ଦରଖାସ୍ତ କେତେ ସତ କେତେ ମିଛ ।

ଏପରି ମିଛ ଦରଖାସ୍ତ ଲେଖିବା ସମୟରେ ଅନେକ ଥର ଅନେକ ମଜାଳିଆ ହରକତ ବି କରିଥାନ୍ତି ପିଲାମାନେ । ସେପରି ଏକ ଦରଖାସ୍ତ ଏବେ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ କି ଜଣେ ଆଇଏଏସ୍ ଅଧିକାରୀ ସେୟାର କରିଛନ୍ତି । ଯାହାକୁ ପଢି ଯେ କେହି ବି ହସି ହସି ବେଦମ ହେବ । ତେବେ ଆସନ୍ତୁ ଜାଣିବା ଏମିତି କ’ଣ ଲେଖାଯାଇଛି ଏହି ଚିଠିରେ । ଆଇଏଏସ୍ ଅଧିକାରୀ ଅର୍ପିତ ବର୍ମା ସେୟାର କରିଥିବା ଏହି ଚିଠିରେ ମଜାଳିଆ ଅନ୍ଦାଜରେ ଲେଖାଯାଇଛି ଯେ,

ସେବାରେ…ଶ୍ରୀମାନ ମାସବ…
ମାଧ୍ୟମିକ ପାଠଶାଳା, ବୁନ୍ଦେଲଖଣ୍ଡ, ମହାନୁଭବ
ଦୁଇ ଦିନ ହେବ ମୋତେ ଖୁବ୍ ଜର । ଏହାବାଦ ନାକରୁ ବୋହୁଛି । ଖୁବ ଜରରେ ଥରଥର ହୋଇ ମୁଁ ଆଜି ସ୍କୁଲ ଯାଇପାରୁନାହିଁ । ତେଣୁ ନିବେଦନ କରୁଛିକି ମୋତେ ଦୁଇ ଦିନ ପାଇଁ ଛୁଟି ଦେଲେ ଖୁବ ଭଲ ହେବ । ଯଦି ବି ସ୍କୁଲ ବନ୍ଦ ହୋଇଯାଏ ତାହାଲେ କ’ଣ ସ୍କୁଲ ବନ୍ଦ ହୋଇଯିବ । ଆପଣଙ୍କ ଆଜ୍ଞାକାରୀ ଶିଷ୍ୟ…
କଲୁଆ

ଯେତେବେଳେ ଟ୍ୱିଟରରେ ଲୋକେ ଏହି ଦରଖାସ୍ତ ପତ୍ରକୁ ପଢିଲେ ହସିଥିଲେ । ୟୁଜରମାନେ ବି ମଜାଦାର ଟ୍ୱିଟ କରିଥିଲେ । କଲୁଆ କ’ଣ ସ୍କୁଲ ଆସିନଥିଲେ ବି ଆଜି ଆଇଏସ୍ ଚୌକିରେ ବସିଛନ୍ତି କି ? ବୋଲି ପ୍ରଶ୍ନ କରିଥିଲେ ।