ସଫଳତା ପଛର ସଂଘର୍ଷମୟ କାହାଣୀ । ଆଜି ଜିଲ୍ଲାପାଳ ଭାବେ ବଡ ନିଷ୍ପତ୍ତି ନେଉଥିବା ବିଜୟ କୁଲାଙ୍ଗେଙ୍କ ଅତୀତର ଅନ୍ଧାରୀ ଦିଗ ।

1,558

କନକ ବ୍ୟୁରୋ: ଘନ ଅନ୍ଧାର ରାତି । ଘରର ଏକ କୋଣରେ ମୁହଁ ଲୁଚାଇ କାନ୍ଧୁଥାଏ ଜଣେ ପିଲା । କାନ୍ଦ ପଛର କାରଣ ଥାଏ, ସେ ମେଡ଼ିକାଲ ପଢ଼ିବ । ହେଲେ ଅଭାବ, ପିଲାଟିକୁ ବଡ଼ ସ୍ୱପ୍ନ ଦେଖିବାକୁ ପଛରୁ ଗୋଡ଼ ଟାଣୁଥାଏ । ବାପା କହୁ୍ଥାନ୍ତି- ପୁଅରେ ତୁ ଡାକ୍ତରୀ ସ୍ୱପ୍ନ ଦେଖ ନା’ ପାଠପଢ଼ ଶିକ୍ଷକ ହୋଇଯା’ । ଆଉ ସେହି ପିଲାଟି ଦିନେ ବଡ଼ ହେଲା ଆଉ କଣ ହେଲା ଜାଣନ୍ତି -ଆଇଏଏସ୍ ।

ଆମେ କହୁଛୁ କରୋନା ସମୟରେ ମହାମାରୀକୁ ମାତ୍ ଦେଇ ଲକ୍ଷ ଲକ୍ଷଙ୍କ ଜୀବନ ରକ୍ଷା କରିବାରେ ପ୍ରମୁଖ ଭୂମିକା ନେଇଥିବା ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କଥା । ୟଙ୍ଗ ଆଣ୍ଡ୍ ଡାଇନାମିକ୍ ପ୍ରଶାସକ ଭାବେ ତାଙ୍କ କାର୍ଯ୍ୟଧାରା ଯେତିକି ଚର୍ଚ୍ଚିତ, ପିଲା ଦିନର ସଂଘର୍ଷ ସେତିକି ରୋମାଞ୍ଚକର । ଆଉ କୌଣସି ଫିଲ୍ମର କାହାଣୀଠୁ ବି କମ୍ ନୁହେଁ କୁଲାଙ୍ଗେଙ୍କ ଜୀବନ ଯାତ୍ରା ।

ବାପାଙ୍କ କଥା ଶୁଣି, ଡିଏଡ୍ କଲେ କୁଲାଙ୍ଗେ ଆଉ ବନିଗଲେ ଶିକ୍ଷକ । ସ୍ୱପ୍ନ କିନ୍ତୁ ସଂକୁଚିତ ହୋଇଯାଇନଥିଲା । ସଫଳତା ବିଜୟଙ୍କ ବାଟକୁ ଚାହିଁ ରହିଥିଲା । ଆଉ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇ ବିଜୟ ପାଲଟି ଗଲେ ଆଇଏଏସ୍ । ଆଜିର ଦିନ ମୋର – ଏହା ହେଉଛି ଆଇଏଏସ୍ ବିଜୟ ଅମୃତା କୁଳାଙ୍ଗେ ଜୀବନକୁ ନେଇ ଲେଖା ହୋଇଥିବା ପୁସ୍ତକର ଓଡ଼ିଆ ଅନୁବାଦର ଶୀର୍ଷକ । ଏହି ବହିରେ ହିଁ ଲେଖା ହୋଇଛି, ଜଣେ ଦିନ ମଜୁରିଆ ଦମ୍ପତିଙ୍କ ସୁପୁତ୍ରଙ୍କ ସଫଳତାର କାହାଣୀ । ଏଭଳି ଏକାଧିକ ରୋଚକ ଓ ସଂଘର୍ଷର କଥା ଏହି ପୁସ୍ତକରେ ରହିଛି । ଏମିତି କି ଡିଏଡ୍ ତାଲିମ୍ ନେବା ସମୟରେ ସେ ଜଣେ ଯୁବତୀଙ୍କ ପ୍ରେମପତ୍ର ଲେଖିଥିବା ନେଇ ମଧ୍ୟ ଏଥିରେ ସୂଚନା ରହିଛି ।