ଓଡ଼ିଶା ଫେରିଲେ ଆଇଏଏସ୍ ଟପ୍ପର ଅନିମେଶ ପ୍ରଧାନ । କହିଲେ, ‘ସୁଯୋଗ ମିଳିଲେ ସ୍ୱାସ୍ଥ୍ୟ ବିଭାଗରେ କରିବି କାମ’ ।

674

କନକ ବ୍ୟୁରୋ: ଓଡ଼ିଶା ଫେରିଲେ ଆଇଏଏସ୍ ଟପ୍ପର ଅନିମେଶ ପ୍ରଧାନ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ପରିବାର ସଦସ୍ୟ ଓ ଶୁଭେଚ୍ଛୁ ତାଙ୍କୁ ସ୍ୱାଗତ କରିଥିଲେ । ତାଙ୍କ ସଫଳତାର ପଛର କାହାଣୀ କହିଛନ୍ତି ଅନିମେଶ । ସୁଯୋଗ ମିଳିଲେ ସେ ସ୍ୱାସ୍ଥ୍ୟ ବିଭାଗରେ କାମ କରିବେ ବୋଲି କହିଛନ୍ତି । ବାପା-ମାଆ ମେଡିକାଲରେ ଥିବା ସମୟରେ ସେ ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଦେଖିଛନ୍ତି । ମେଡିକାଲରେ ଡାକ୍ତର ଓ ନର୍ସଙ୍କ ଅଭାବ ଥିବା କହିଛନ୍ତି । ଏହା ସହ ରାଜ୍ୟ ସରକାରଙ୍କ ବିଏସକେୱାଇ କାର୍ଡକୁ ସେ ପ୍ରଶଂସା କରିଛନ୍ତି । କହିଛନ୍ତି ଏହି କାର୍ଡ ଦ୍ୱାରା ଅନେକ ଗରିବ ଲୋକ ଉପକୃତ ହୋଇପାରୁଛନ୍ତି ବୋଲି ଅନିମେଶ । ସେହିପରି ଅପରାଜିତା ଷଡଙ୍ଗୀ, ଅରବିନ୍ଦ ପାଢୀ ଓ ଉଷା ପାଢୀଙ୍କ କାମକୁ ସେ ଅତି ନିକଟରୁ ଦେଖିଛନ୍ତି । ଏମାନେ ତାଙ୍କ ପାଇଁ ପ୍ରେରଣା ବୋଲି କହିଛନ୍ତି ଅନିମେଶ ପ୍ରଧାନ ।