କନକ ବ୍ୟୁରୋ : ଇସଲାମିକ ଷ୍ଟେଟ ବା ଆଇଏସର ଟାର୍ଗେଟରେ ଏବେ ଭାରତ । ସାରା ବିଶ୍ୱରେ ଆତଙ୍କବାଦର ବିଭୀଷିକା ରଚାଇଥିବା ଆଇଏସ ଭାରତରେ ବଡଧରଣର ହମଲା କରିବାକୁ ପ୍ରସ୍ତୁତ ହେଉଥିବା ଆମେରିକା ପକ୍ଷରୁ କୁହାଯାଇଛି । ଭାରତରେ ଥିବା ଆମେରିକୀୟମାନେ ଏଥିପାଇଁ ସତର୍କତା ଅବଲମ୍ବନ କରିବାକୁ ଆମେରିକା ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏକାଠି ହେଉଥିବା ସ୍ଥାନଗୁଡିକ ପ୍ରତି ଆଇଏସର ନଜର ରହିଥିବା ଆମେରିକା କହିଛି । ଧାର୍ମିକ ସ୍ଥଳ, ସପିଂ ମଲ୍, ବଜାର ଅଂଚଳ ଆଦି ସବୁ ଜାଗା ଆଇଏସର ପ୍ରମୁଖ ଟାର୍ଗେଟ ବୋଲି ଆମେରିକା ନିଜ ପ୍ରେସ ବିବୃତିରେ ଜଣାଇଛି ।
ଆଇଏସ ଟାର୍ଗେଟରେ ଭାରତ : ନାଗରିକଙ୍କୁ ସତର୍କ ଘଂଟିଦେଲା ଆମେରିକା
/kanak/media/post_attachments/wp-content/uploads/2016/11/vlcsnap-2016-11-02-08h45m44s763.png)