ମାଟି ଉପରେ ବସି ବୟସ୍କଙ୍କ ସହ କଥା ହେଲେ ଆଇଏଏସ୍ । ଏହି ସରଳତା ପାଇଁ  ଅଧିକାରୀଙ୍କୁ ମିଳୁଛି ସଲାମୀ

213

କନକ ବ୍ୟୁରୋ:ଏବେ ଜଣେ ଆଇଏଏସ ଅଧୀକାରୀଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଗାଡିରୁ ଓହ୍ଲାଇପଡି ରାସ୍ତା କଡରେ ବସିଥିବା ଜଣେ ବୃଦ୍ଧଙ୍କୁ ଦେଖି ଅଟକି ଯାଇଥିଲେ । ଏବଂ ସେ ମାଟିରେ ବସି ତାଙ୍କ ସହ କିଛିି ସମୟ କଥା ହୋଇଥିଲେ । ଅଧିକାରୀଙ୍କ ଏପରି ସରଳତା ପାଇଁ ତାଙ୍କୁ ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ସାଧାରଣତଃ କୌଣସି ଉଚ୍ଚ ପଦ ପାଇବା ପରେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ପରିବର୍ତ୍ତନ ହୋଇଯିବାର ନଜିର ରହିଛି । ନିଜେ ଉଚ୍ଚ ପଦରେ ଥିବାରୁ ସାଧାରଣ ମଳିମୁଣ୍ଡିଆଙ୍କୁ ଅନାଇବାକୁ ପସନ୍ଦ କରନ୍ତି ନାହିଁ ଅନେକ ଅଧିକାରୀ । ଆଉ ଆଏଏସ୍ ପାଇଗଲେ ତ କେହି କେହି ସ୍ୱର୍ଗ ପାଇଗଲା ପରି ମନେ କରନ୍ତି । ହେଲେ ଏମିତି ବି କିଛି ଅଧିକାରୀ ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ପାଇଁ,  ତାଙ୍କ ସହ ବଞ୍ଚିବାକୁ ଭଲ ପାଆନ୍ତି । ଏହାର ଉଦାହରଣ ହେଉଛନ୍ତି ଆଏଏଏସ୍ ରମେଶ ଘୋଲପ । ଏହି ଫଟୋରେ ଜଣେ ବୃଦ୍ଧଙ୍କ ସହ ଯାହାଙ୍କୁ ଦେଖୁଛନ୍ତି ସେ ହେଉଛନ୍ତି ଝାରଖଣ୍ଡରେ କାର୍ଯ୍ୟରତ ଆଇଏଏସ୍ ରମେଶ ଘୋଲପ ।ରାସ୍ତାରେ ନିଜ ହ୍ରାଇଭର ଓ ବଡିଗାର୍ଡଙ୍କ ସହ ଯାଉଥିବାବେଳେ ରାସ୍ତା କଡରେ ଜଣେ ବୃଦ୍ଧ ବସିଥିବା ଦେଖିଥିଲେ । ଡ୍ରାଇଭରକୁ ଗାଡି ରଖିବାକୁ କହି ଗାଡିରୁ ଓହ୍ଲାଇପଡିଲେ । ସେ ମଧ୍ୟ ରାସ୍ତା ଉପରେ ବସି ପଡି ତାଙ୍କ ସହ କଥା ହେବାକୁ ଲାଗିଲେ । ଏହି ଫଟୋ ଭାଇରରାଲ ହେବା ପରେ ଆଇଏଏସ ରମେଶ ଘୋଲପଙ୍କ ସରଳତାକୁ ନେଇ ପ୍ରଶଂସା ହେଉଛି ।