ସ୍ୱପ୍ନକୁ ସାକାର କଲେ ସରକାର ! ଷ୍ଟେସନରେ କୁଲି କାମ କରୁଥିବା ପିଲା ପାସ୍ କଲା UPSC ପରୀକ୍ଷା , ସଫଳତାର ମାର୍ଗ ସାଜିଲା ମାଗଣା ୱାଇ-ଫାଇ ସେବା ।

928

କୌଣସି ଜଟିଳ ପରୀକ୍ଷାକୁ ପାସ୍ କରିବାକୁ ହେଲେ ବହି,କୋଚିଙ୍ଗ୍ ,ଭଲ ନୋଟସ୍ ଏବଂ ଅନ୍ୟ ପ୍ରକାରର ସାଧନ ନିହାତି ଜରୁରୀ ହୋଇଥାଏ । କିନ୍ତୁ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏ ସବୁ ନଥାଇ ମଧ୍ୟ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ କଲେ ଆପଣ ତାଙ୍କୁ କ’ଣ କହିବେ? ଦେଶର ସବୁଠାରୁ ବଡ ଏବଂ ଜଟିଳ ସିଭିଲ୍ ସେବା ପରୀକ୍ଷାକୁ ଜଣେ ଯୁବକ ବିନା କୌଣସି କୋଚିଙ୍ଗ୍ ଓ ବହିରେ ପାସ୍ କରି ଦେଖାଇଛନ୍ତି । କେରଳର ତାଲ୍ଲୁକରେ ରହୁଥିବା ଶ୍ରୀକାନ୍ତ ୨୦୧୮ ରେ UPSC ପରୀକ୍ଷା ପାସ୍ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ପେସାରେ କୁଲି କାମ କରୁଥିବା ଶ୍ରୀକାନ୍ତ ବିନା କୋଚିଙ୍ଗ୍ ଏବଂ ବିନା ପୁସ୍ତକରେ ହିଁ ଏହି ପରୀକ୍ଷା ପାସ୍ କରିଥିଲେ । ଏର୍ଣ୍ଣାକୁଲମ୍ ରେଲୱେ ଷ୍ଟେସନରେ କୁଲି ଭାବେ କାମ କରୁଥିବା ଶ୍ରୀକାନ୍ତ ରେଲୱେର ମାଗଣା ୱାଇ-ଫାଇ ସେବାକୁ ଉପଯୋଗ କରି UPSC ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ ।

ଶ୍ରୀକାନ୍ତ କୁହନ୍ତି , ଯେ ସେ ଗତ ୫ ବର୍ଷ ହେଲାଣି କୁଲି ପେସାକୁ ଆପଣାଇଛନ୍ତି । କିନ୍ତୁ ସେ ନିଜ ସ୍ୱପ୍ନକୁ ମଧ୍ୟ ପୁରା କରିବାକୁ ଇଚ୍ଛା ରଖିଥିଲେ । ଏହି କଥା ଭାବି ସେ ଆଇଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଦେଲେ । ପେଟ ଚାଖଣ୍ଡକ ପାଇଁ ତାଙ୍କୁ କୁଲି କାମ କରିବାକୁ ପଡୁଥିଲେ ହେଁ ଟିକେ ସମୟ ପାଇବା ମାତ୍ରେ ସେ ଷ୍ଟେସନରେ ପଢିବାକୁ ବସି ଯାଉଥିଲେ । କିନ୍ତୁ ପଢିବା ପାଇଁ ତାଙ୍କ ପାଖରେ କୌଣସି ନୋଟସ୍ , ପୁସ୍ତକ ତଥା ମ୍ୟାଗାଜିନ୍ ନଥିଲା କିନ୍ତୁ ଷ୍ଟେସନରେ ଲାଗିଥିବା ମାଗଣା ୱାଇ-ଫାଇର ବ୍ୟବହାର କରି ଲେକ୍ଚରଙ୍କ ଭିଡିଓ ଏବଂ ଅଡିଓ ଡାଉନଲୋଡ୍ କରି ସେ ପାଠ ପଢୁଥିଲେ । ତେବେ ଏହା ପୂର୍ବରୁ ସେ ୨ ଥର ପରୀକ୍ଷା ଦେଇସାରିଛନ୍ତି କିନ୍ତୁ ସଫଳତା ପାଇ ପାରିନାହାନ୍ତି । କିନ୍ତୁ ହାର ନମାନି ସେ ୨୦୧୮ ରେ ଦେଇଥିବା ପରୀକ୍ଷାରେ ସଫଳତା ହାସଲ କରିଥିଲେ । ଶ୍ରୀକାନ୍ତ ନିଜ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରେଲୱେ ମନ୍ତ୍ରାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଷ୍ଟେସନରେ ମାଗଣା ଇଣ୍ଟରନେଟ୍ ସେବା ଯୋଗାଇ କେବଳ ଏହି ପିଲାଟିର ସ୍ୱପ୍ନକୁ ନୁହଁ ଅନେକଙ୍କ ସ୍ୱପ୍ନ ପୁରଣ କରିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତିି ।