ସାଦା ବିବାହ କରି ଉଦାହରଣ ସୃଷ୍ଟି କଲେ ଆଇଏଏସ୍ ଅଫିସର ! ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ଗରିବଙ୍କ କାମରେ ଲଗାଇବାକୁ ନିଷ୍ପତ୍ତି ନେଲେ ନବବିବାହିତ ଦମ୍ପତୀ

4,125

ଏବେ ଚାରିଆଡେ ବାହାଘର ଋତୁ ଚାଲିଛି । ଲୋକମାନେ ବିବାହରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ବିବାହ କଥା କହିବାକୁ ଯାଉଛୁ ଯେଉଁଠି ନା ଥିଲା ବାଜା ନା ଥିଲା ରୋଶଣୀ । ଗାଜିଆବାଦ୍ ରେ ହୋଇଥିଲା ଏହି ସାଦା ବିବାହ । ଗାଜିଆବାଦର ଆଇଏଏସ୍ ନବୀନ ଚନ୍ଦ ଏବଂ ତାଙ୍କ ସଫ୍ଟୱେୟାର୍ ଇଞ୍ଜିନିୟର୍ ପତ୍ନୀ ଅଞ୍ଜନାଙ୍କ ସାଦା ବିବାହ ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ବିବାହ ସମୟରେ ଦୁହିଁଙ୍କ ପରିବାର ଲୋକ ଉପସ୍ଥିତ ଥିବାବେଳେ ବରଣମାଳା ପକାଇ ଦମ୍ପତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

ଏହି ନବବିବାହିତ ଦମ୍ପତୀ ବିବାହରେ ଅଯଥାରେ ଖର୍ଚ୍ଚ ହେଉଥିବା ଟଙ୍କାକୁ ଗରିବ ଲୋକଙ୍କ ମଧ୍ୟରେ ଖର୍ଚ୍ଚ କରି ପୁଣ୍ୟ ଅର୍ଜନ କରିବାକୁ ଚାହୁଁଥିଲେ । ବିବାହ ଭୋଜି ଆୟୋଜନ କରି ସଂପର୍କୀୟଙ୍କୁ ନିମନ୍ତ୍ରଣ ଦେବା ଅପେକ୍ଷା ଭୋକିଲାଙ୍କୁ ଭୋଜନ ଦେବା ପାଇଁ ଏହି ଦମ୍ପତି ନିଷ୍ପତ୍ତି ନେଇଥିଲେ । ଆଇଏଏସ୍ ନବୀନ୍ ଏବଂ ଅଞ୍ଜନାଙ୍କ କହିବାନୁସାରେ ତାଙ୍କ ବିବାହରେ ଯାହା ଖର୍ଚ୍ଚ ହୋଇଥାନ୍ତା ସେହି ଟଙ୍କାକୁ ଦୁହେଁ ଗରିବ ବାଳିକାଙ୍କ ପଢାଖର୍ଚ୍ଚରେ ଲଗାଇବେ । ଦେଶରେ ଏଭଳି ଅନେକ ସ୍ଥାନ ଅଛି ଯେଉଁଠି ଆର୍ଥୀକ ସ୍ୱଚ୍ଛଳତା ନଥିବା କାରଣରୁ ଝିଅମାନେ ଆଗକୁ ପଢିପାରୁ ନାହାନ୍ତିି ଏଭଳି ବାଳିକାଙ୍କୁ ଆଗକୁ ବଢିବା ପାଇଁ ଦୁହେଁ ସହାୟତା କରିବେ ।