କରୋନା ଯୋଦ୍ଧାଙ୍କ କୁଞ୍ଚନ ହାତ : ଏହା କୌଣସି ସାମାନ୍ୟ ହାତ ନୁହଁ , ୧୦ ଘଣ୍ଟା ପ୍ରୋଟେକ୍ଟିଭ୍ ଗିୟର୍ ଭିତରେ ରହି ଡ଼୍ୟୁଟି କରିଥିବା କରୋନା ଯୋଦ୍ଧାର ହାତ । 

1,317

କରୋନା ଭାଇରସ୍ କାରଣରୁ ଦେଶରେ ତାଲାବନ୍ଦର ପରିସ୍ଥିତି ଉପୁଜିଲା । କର୍ମଚାରୀଙ୍କ ସ୍ୱାସ୍ଥ୍ୟକୁ ପ୍ରାଧାନ୍ୟ ଦେଇ ସବୁ କମ୍ପାନୀ “ୱାର୍କ ଫ୍ରମ୍ ହୋମ୍” ଫର୍ମୁଲାକୁ ବି ଆପଣାଇଲେ । କିନ୍ତୁ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କିଛି କର୍ମଚାରୀ ଜନସାଧାରଣଙ୍କ ହିତ ପାଇଁ ଅହରହ କାମ କରିଚାଲିଲେ । ପୁଲିସ୍ ଠାରୁ ଆରମ୍ଭ କରି ଡାକ୍ତର , ନର୍ସ , ସଫେଇକର୍ମୀ ଏବଂ ଗଣମାଧ୍ୟମ କର୍ମଚାରୀଙ୍କ ସମେତ ଅନେକ କର୍ମଚାରୀ ଆଗକୁ ଆସି ‘କରୋନା ଯୋଦ୍ଧା’ ସାଜିଲେ । ତେବେ ଏହି ଦୌଡ଼ରେ ଡାକ୍ତରଖାନା କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ କରୋନା ମହାମାରୀରୁ ଲୋକଙ୍କୁ ବଂଚାଇପାରିଛି ।

କରୋନା ଘଡ଼ିରେ ପ୍ରୋଟେକ୍ଟିଭ୍ ଗିୟର୍ ବ୍ୟବହାର କରି ଡ଼ାକ୍ତର ୧୦ ଘଣ୍ଟା ସିଫ୍ଟରେ ରହି କାମ କରୁଛନ୍ତି । ଶହ ଶହ ଲୋକଙ୍କ ଚିକିତ୍ସା କରୁଛନ୍ତି ଏବଂ ଯେତେବେଳେ ସିଫ୍ଟ ଶେଷ ହେଉଛି ତାଙ୍କ ହାତର ଅବସ୍ଥା କିଛି ଏଭଳି ଦେଖାଯାଉଛି । ସୋସିଆଲ୍ ମିଡିଆରେ ଘୁରିବୁଲୁଥିବା ଏହି ଫଟୋଟିକୁ ଦେଖି ଆପଣ ଅନୁମାନ ଲଗାଇପାରୁଥିବେ ଯେ ବର୍ତ୍ତମାନ ଡ଼ାକ୍ତରଙ୍କ ଅବସ୍ଥା କିଭଳି ରହିଛି । ଲୋକଙ୍କ ମନରେ ଦ୍ୱିତୀୟ ଭଗବାନର ଛାପ ଛାଡିଥିବା ଡାକ୍ତର ଭାଇରସ୍ ଆଗରେ ଯୋଦ୍ଧା ଭଳି ଠିଆ ହୋଇଛନ୍ତି ।

 

ଯେଉଁଥିପାଇଁ ମେଡିକାଲ୍ କର୍ମଚାରୀଙ୍କୁ ଯେତେ ପ୍ରଶଂସା କଲେ ବି ତାହା କମ୍ ପଡିବ । ଝଡ଼ ପରି ଭାଇରାଲ୍ ହେଉଥିବା ଏହି ଫଟୋଟିକୁ ଆଇଏଏସ୍ ଅଫିସର୍ ଅୱନିଶ୍ ଶରଣ୍ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର୍ କରିଛନ୍ତି । ଏହି ଫଟୋଟିକୁ ଦେଖିଲା ପରେ ଅନେକ ଡାକ୍ତର କାମ ଶେଷ ହେବା ପରେ ନିଜ ହାତର ଫଟୋ ନେଇ ପୋଷ୍ଟ୍ କରି କହିଥିଲେ , ଏ ଆଉ ଜଣେ କରୋନା ଯୋଦ୍ଧାଙ୍କ ହାତ ।