ପ୍ରକାଶ ପାଇଲା IAS ଫଳାଫଳ । କନିଷ୍କ କଟାରିଆ ଟପ୍ପର, ୧୧୮ ତମ ସ୍ଥାନରେ ଓଡିଶାର ସୌମ୍ୟରଞ୍ଜନ ରାଉତ

614

କନକ ବ୍ୟୁରୋ : ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କନିଷ୍କ କଟାରିଆ ଆଇଏଏସ ଟପ୍ପର ହୋଇଥିବା ବେଳେ ଅକ୍ଷତ ଜୈନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଜୁନେଦ ଅହମ୍ମଦ, ଚତୁର୍ଥ ସ୍ଥାନରେ ଶ୍ରେୟାନ୍ସ କୁମତ ଓ ପଞ୍ଚମ ସ୍ଥାନରେ ସୃଷ୍ଟି ଜୟନ୍ତ ଦେଶମୁଖ ରହିଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୪ ଜଣ ଝିଅ ରହିଥିବା ବେଳେ ୬ ଜଣ ଛାତ୍ର ରହିଛନ୍ତି ।

ସେହିଭଳି ଓଡିଶାର ସୌମ୍ୟ ରଞ୍ଜନ ରାଉତ ୧୧୮ ତମ ସ୍ଥାନରେ ଥିବା ବେଳେ ଉପାସନା ମହାପାତ୍ର ୧୧୯ ର‌୍ୟାଙ୍କରେ ରହିଛନ୍ତି । ଓଡିଆ ଛାତ୍ର ଜୁବିନ ମହାପାତ୍ର ୨୩୫ ତମ ସ୍ଥାନ, ସୌରଭ ମିଶ୍ର ୩୫୭ ର‌୍ୟାଙ୍କରେ ରହିଛନ୍ତି । ୪୫୬ ତମ ସ୍ଥାନରେ ଶୁଭେନ୍ଦୁ ପାତ୍ର ରହିଛନ୍ତି ।ମୋଟ ୭୫୯ ଜଣଙ୍କ ମଧ୍ୟରୁ ୫୭୭ ଜଣ ଛାତ୍ର ଥିବା ବେଳେ ୧୮୨ ଜଣ ଛାତ୍ରୀ ରହିଛନ୍ତି । ପ୍ରଥମ ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ପୁଅ ଥିବା ବେଳେ ୧୦ ଜଣ ଝିଅ ରହିଛନ୍ତି ।