କନକ ବ୍ୟୁରୋ : ପ୍ରକାଶ ପାଇଲା ସିଭିଲ ସର୍ଭିସ ପରୀକ୍ଷା ଫଳ । ମୋଟ ୭୫୯ ଜଣ ଛାତ୍ରଛାତ୍ରୀ ଆଇଏଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । କନିଷ୍କ କଟାରିଆ ଆଇଏଏସ ଟପ୍ପର ହୋଇଥିବା ବେଳେ ଅକ୍ଷତ ଜୈନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେହିଭଳି ତୃତୀୟ ସ୍ଥାନରେ ଜୁନେଦ ଅହମ୍ମଦ, ଚତୁର୍ଥ ସ୍ଥାନରେ ଶ୍ରେୟାନ୍ସ କୁମତ ଓ ପଞ୍ଚମ ସ୍ଥାନରେ ସୃଷ୍ଟି ଜୟନ୍ତ ଦେଶମୁଖ ରହିଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୪ ଜଣ ଝିଅ ରହିଥିବା ବେଳେ ୬ ଜଣ ଛାତ୍ର ରହିଛନ୍ତି ।
ସେହିଭଳି ଓଡିଶାର ସୌମ୍ୟ ରଞ୍ଜନ ରାଉତ ୧୧୮ ତମ ସ୍ଥାନରେ ଥିବା ବେଳେ ଉପାସନା ମହାପାତ୍ର ୧୧୯ ର୍ୟାଙ୍କରେ ରହିଛନ୍ତି । ଓଡିଆ ଛାତ୍ର ଜୁବିନ ମହାପାତ୍ର ୨୩୫ ତମ ସ୍ଥାନ, ସୌରଭ ମିଶ୍ର ୩୫୭ ର୍ୟାଙ୍କରେ ରହିଛନ୍ତି । ୪୫୬ ତମ ସ୍ଥାନରେ ଶୁଭେନ୍ଦୁ ପାତ୍ର ରହିଛନ୍ତି ।ମୋଟ ୭୫୯ ଜଣଙ୍କ ମଧ୍ୟରୁ ୫୭୭ ଜଣ ଛାତ୍ର ଥିବା ବେଳେ ୧୮୨ ଜଣ ଛାତ୍ରୀ ରହିଛନ୍ତି । ପ୍ରଥମ ୨୫ ଜଣଙ୍କ ମଧ୍ୟରେ ୧୫ ଜଣ ପୁଅ ଥିବା ବେଳେ ୧୦ ଜଣ ଝିଅ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/dc-Cover-mvtcoc4joa3k4tl940l2aeq1c5-20180121012910.Medi_.jpeg)