ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ।

474

କନକ ବ୍ୟୁରୋ : ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି । ବାତ୍ୟା ‘ଫନି’ ପରେ ବାତ୍ୟା ପ୍ରଭାବିତ ଜିଳ୍ଲାଗୁଡ଼ିକରେ ହେବାକୁ ଥିବା କାର୍ଯ୍ୟକୁ ଉଚିତ ଭାବରେ କରିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । ଏହି ଅଦଳବଦଳ ପ୍ରକ୍ରିୟାରେ କୋରାପୁଟ ଡିଆର୍‌ଡିଏ ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଇଏଏସ୍‌ ମହମ୍ମଦ ଅବ୍‌ଦୁଲ ଖତର ଖୋର୍ଦ୍ଧା ଜିଲ୍ଳା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି(ଡିୟୁଡିଏ) ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି ।

ସେଠାରେ ଥିବା ବରିଷ୍ଠ ଓଏଏସ୍‌ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି । ଏମାନଙ୍କ ବ୍ୟତୀତ ଏହି ବଦଳି ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି କୋରାପୁଟ ଜିଲ୍ଳା ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି(ଡିୟୁଡିଏ) ଭାରପ୍ରାପ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍‌ ଅନନ୍ୟା ଦାସ । ଅନନ୍ୟାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିସନର ଭାବେ ବଦଳି କରାଯାଇଛି ।