ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ : ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ୱ

591

କନକ ବ୍ୟୁରୋ : ରାଜ୍ୟ ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ । ବରିଷ୍ଠ ଆଇଏଏସ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଓଏମସି ଏମଡି ଭାବେ ନିଯୁକ୍ତ କରିଛନ୍ତି ସରକାର । ତାଙ୍କ ସ୍ଥାନରେ ପୁରୀ ଜିଲ୍ଲାପାଳ ଭାବେ ସମର୍ଥ ବର୍ମା ଦାୟିତ୍ୱ ପାଇଛନ୍ତି । ସମର୍ଥ ବର୍ମା ଏବେ କେନ୍ଦ୍ରାପଡା ଜିଲ୍ଲାପାଳ ଅଛନ୍ତି ।

ସେହିପରି ବରିଷ୍ଠ ଆଇଏଏସ ପାରୁଲ ପଟୱାରୀ ହେଲେ ପୂର୍ତ ବିଭାଗର ଉପସଚିବ । କେନ୍ଦ୍ରାପଡାର ନୂଆ ଜିଲ୍ଲାପାଳ ହୋଇଛନ୍ତି ଅମ୍ରିତ ରୁତୁରାଜ । ଆଇଏଏଲ ବିଶାଳ ସିଂଙ୍କୁ ପିଡି, ଯାଜପୁର ଡିଆରଡିଏ ଦାୟିତ୍ୱ ମିଳିଛି । ଆଇଏଏସ ପ୍ରମୋଦ ବେହେରାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ରାୟଗଡାର ନୂଆ ଜିଲ୍ଲାପାଳ ହୋଇଛନ୍ତି ଆଇଏଏସ ସରୋଜ ମିଶ୍ର ।