କନକ ବ୍ୟୁରୋ: ବରିଷ୍ଠ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ବଦଳିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ । ୧୯୯୩ ବ୍ୟାଚର ଆଇଏଏସ୍ ଅଫିସର ନିକୁଞ୍ଜ ବିହାରୀ ଧଳ ରାଜ୍ୟର ନୂଆ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ତେବେ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଥିବା ସୁଶୀଲ କୁମାର ଲୋହାନୀଙ୍କୁ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯିବା ସହିତ ଅବକାରୀ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ସତ୍ୟବ୍ରତ ସାହୁଙ୍କୁ ଏସଆରସି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତା ସହିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏସିଏସ୍ ଭାବେ ମଧ୍ୟ ତାଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଥିବା ସଞ୍ଜୟ ସିଂଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତା ସହିତ ଓଏସଡିଏମଏର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ଜ୍ଞାନରଞ୍ଜନ ଦାସଙ୍କୁ ଓଏସଡିଏମଏର ଏମଡି ଭାବେ ଦାୟିତ୍ୱ ଦିଆଯାଇଛି ।
ବରିଷ୍ଠ ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ଜାଣନ୍ତୁ, କାହାକୁ ମିଳିଲା କେଉଁ ଦାୟିତ୍ୱ? #IASReshuffle #Odisha #KanakNews pic.twitter.com/wuboVPTZen
— Kanak News (@kanak_news) March 24, 2023