ରାଜ୍ୟରେ IAS ସ୍ତରରେ ଅଦଳବଦଳ ! ଜାଣନ୍ତୁ କେଉଁ ଜିଲ୍ଲାର କିଏ ହେଲେ ଜିଲ୍ଲାପାଳ ଏବଂ କାହାକୁ ମିଳିଲା କେଉଁ ଦାୟିତ୍ୱ ?

679

କନକ ବ୍ୟୁରୋ: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳ ବଦଳ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ୍ ଅନୁସାରେ ସମର୍ଥ ବର୍ମାଙ୍କୁ ବିଏମସି କମିଶନର ଦାୟିତ୍ୱ ଦିଆଯାଇଛି । ସେହିଭଳି ବିମଏସି କମିଶନର ପଦବୀରେ ଥିବା ଶୁଭମ ସକସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳଭାବେ ଦାୟିତ୍ୱ ମିଳିଛି । ଏହାସହ ଅନୀଲ ସାମଲଙ୍କୁ କେନ୍ଦ୍ରାଞ୍ଚଳ ଆରଡ଼ିସି ଭାବେ ନିଯୁକ୍ତ କରାଯାଇଛି । ସେପଟେ ଜଗତସିଂହପୁର ଜିଲ୍ଲାପାଳ ପଦବୀରୁ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ହେଲେ ଯାମିନୀ ଷଡ଼ଙ୍ଗୀ ।

ଅନ୍ୟପଟେ ରାୟଗଡ଼ା ଜିଲ୍ଲାପାଳଭାବେ ଥିବା ଗୁହା ପୁନମ ତାପସ କୁମାରଙ୍କୁ ବଦଳି କରାଯାଇ ଜଗତସିଂହପୁର ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ସେପଟେ ପ୍ରମୋଦ କୁମାର ବେହେରାଙ୍କୁ ରାୟଗଡ଼ା ଜିଲ୍ଲାପାଳଭାବେ ନିଯୁକ୍ତି କରାଯାଇଥିବାବେଳେ ମନୋଜ କୁମାର ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ଏହାସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବେ ଥିବା ବିଭୂତି ଭୂଷଣ ଦାସଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଝାରସୁଗୁଡ଼ା ଜିଲ୍ଲାପାଳ ଦାୟିତ୍ୱରେଥିବା ବିଭୂତି ଭୂଷଣ ପଟ୍ଟନାୟକଙ୍କୁ ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ନଯୁକ୍ତ କରିଛନ୍ତି ରାଜ୍ୟ ସରକାର ।