କନକ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଶନିବାର ଛୋଟ ଧରଣର ଅଦଳବଦଳ ହୋଇଛି । ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ବାଣିଜ୍ୟ କର ଓ ଜିଏସଟି ବିଭାଗର କମିସନର ଦାୟିତ୍ୱ ମିଳିଛି। ତାଙ୍କ ହାତରେ ଏସଆରସି ଓ ଓଏସଡିଏମଏ ଦାୟିତ୍ୱ ମଧ୍ୟ ରହିବ। ସେହିପରି ଶାଶ୍ୱତ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର କମିସନର ତଥା ସଚିବ ଦାୟିତ୍ୱ ମିଳିଛି।
କ୍ରିଷନ୍ କୁମାରଙ୍କୁ ପୂର୍ତ୍ତ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିବା ବେଳେ ବଲଓ୍ଵନ୍ତ ସିଂଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏବେ ସମବାୟ ସଚିବ ଅଛନ୍ତି କ୍ରିଷନ୍ କୁମାର । ଏବଂ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଅଛନ୍ତି ବଲୱନ୍ତ ସିଂ । ସେହିପରି ପ୍ରଶାନ୍ତ କୁମାର ଶତପଥୀ ହେଲେ ରାଜସ୍ୱ ପର୍ଷଦ ସଚିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/Odisha-Secretariat-1.jpg)