କନକ ବ୍ୟୁରୋ : ବିଷ୍ଣୁପଦ ସେଠୀ । ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ । ଏହି ବରିଷ୍ଠ ଆଇଏଏସ ଅଫିସରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର । ତେବେ କରୋନା ମହାମାରୀ ବେଳେ ତାଙ୍କ ସାମ୍ନାରେ ଏବେ ରହିଛି ଅନେକ ଚ୍ୟାଲେଞ୍ଜ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନିଷ୍ପତ୍ତି ସାମୟିକ ଭାବେ ସ୍ଥଗିତ ରଖାଯାଇଥିବା ବେଳେ, ପିଲାମାନଙ୍କ ପାଠପଢା କିପରି ସୂଚାରୁରୂପେ ଚାଲିପାରିବ, ଏବଂ ଠିକ୍ ସମୟରେ ପରୀକ୍ଷା କରାଇବା ରହିବ ସବୁଠୁ ବଡ ଦିଗ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ପୂର୍ବରୁ ମଧ୍ୟ ଅନେକ ବଡ଼ ବିଭାଗରେ ସଫଳତାର ସହ ନିଜ ଦାୟିତ୍ୱ ନିର୍ବାହ କରିଆସିଛନ୍ତି ବିଷ୍ଣୁପଦ ସେଠୀ । ଯେତେବେଳେ ଭୟଙ୍କର ସାମୁଦ୍ରିକ ଝଡ ଓଡ଼ିଶା ଆଡକୁ ମାଡିଆସୁଥିଲା, ଲୋକଙ୍କୁ ସତର୍କ କରାଇବା ସହ ବିଭିନ୍ନ ପଦକ୍ଷେପ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ ସେତେବେଳେ ଏସଆରସି ପଦରେ ଥିବା ଏହି ବରିଷ୍ଠ ଆଇଏଏସ ଅଫିସର । ଏହା ପରେ ତାଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।
କୋଭିଡ୍ ଭଳି ଘଡିସନ୍ଧି ମୁହୂର୍ତ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ବିଷ୍ଣୁପଦ ସେଠୀ । ସଫଳତାର ସହ ସବୁବେଳେ ନିଜ କର୍ତ୍ତବ୍ୟ କରିଆସିଥିବା ଏହି ବରିଷ୍ଠ ଅଧିକାରୀଙ୍କୁ ଏବେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ଦାୟିତ୍ୱ ଦେଇଛନ୍ତି ରାଜ୍ୟ ସରକାର ।