କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବଦଳି କରିି ନୂଆ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପ୍ରଦୀପ୍ତଙ୍କୁ ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଅଧ୍ୟକ୍ଷ ଭାବେ ନୂଆ ନିଯୁକ୍ତି ମିଳିଛି । ସେହିପରି ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପରାଗ ଗୁପ୍ତାଙ୍କୁ ପବ୍ଲିକ୍ ଏଣ୍ଟରପ୍ରାଇଜ୍ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ବିଜୟ ଆରୋରାଙ୍କୁ ମଧ୍ୟ ନୂଆ ନିଯୁକ୍ତି ଦିଆଯାଇଛି ।
ଆଇଏଏସ୍ ସ୍ତରରେ ବଡ ଧରଣର ଅଦଳବଦଳ
ପ୍ରଦୀପ୍ତ ମହାପାତ୍ର ହେଲେ ଓଏଫଡିସିର ଅଧ୍ୟକ୍ଷ
ମାସେ ହେବ ଛୁଟିରେ ଥିଲେ ପ୍ରଦୀପ୍ତ ମହାପାତ୍ର
ପରାଗ ଗୁପ୍ତାଙ୍କୁ ମିଳିଲା ପବ୍ଲିକ୍ ଏଣ୍ଟରପ୍ରାଇଜର୍ସ ବିଭାଗର ଦାୟିତ୍ୱ
ବିଜୟ ଆରୋରା ହେଲେ ଜି.ଏ ଆଣ୍ଡ ପିଜି ଡିପାଣ୍ଟମେଣ୍ଟର ଓଏସଡି#IASReshuffle#KanakNewspic.twitter.com/9wjATVGH5I— Kanak News (@kanak_news) October 16, 2021