କନକ ବ୍ୟୁରୋ : ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ । ବାତ୍ୟା ଫୋନି ପରେ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଛି । ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡାର ଜିଲ୍ଲାପାଳଙ୍କର ବଦଳି ହୋଇଥିବା ବେଳେ କିଛି ଆଇଏଏସ ଅଧିକାରୀଙ୍କୁ ଅନ୍ୟ ବିଭାଗକୁ ବଦଳି କରାଯାଇଛି ।
କେନ୍ଦ୍ରାପଡା ଜିଲ୍ଲାପାଳ ଭାବେ ପ୍ରେମଚନ୍ଦ୍ର ଚୌଧୁରୀ, ଖୋର୍ଦ୍ଧାର ଜିଳ୍ଲାପାଳ ଭାବେ ଭୁପିନ୍ଦର ସିଂ ପୁନିଆ ଓ ପୁରୀ ଜିଲ୍ଲାପାଳ ଭାବେ ବଲୱନ୍ତ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି । କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ଦାଶରଥୀ ଶତପଥୀଙ୍କୁ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ସେହିଭଳି ଖୋର୍ଦ୍ଧାର ଜିଲ୍ଲାପାଳ ଥିବା ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ଓଟିଇଟିର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ପୁରୀର ଜିଲ୍ଲାପାଳ ଥିବା ଜ୍ୟୋତି ପ୍ରକାଶ ଦାଶଙ୍କୁ ଓପେପାର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।
ଅନ୍ୟପଟେ ମନୋଜ ପାଢୀଙ୍କୁ ବିଜୁ ଯୁବ ବାହିନୀର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିଭଳି ରୂପା ମିଶ୍ରଙ୍କୁ ଏସଆଇଆରଡିର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/ias.jpg)