ଆଇଏଏସ ଅଫିସର ହେବ ତ ଏମିତି । ଅଫିସ ସରିଲେ ବିଲରେ ପକାନ୍ତି ଡେରା, ଚାଷ କରନ୍ତି, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

Advertisment
ଆଇଏଏସ ଅଫିସର ହେବ ତ ଏମିତି । ଅଫିସ ସରିଲେ ବିଲରେ ପକାନ୍ତି ଡେରା, ଚାଷ କରନ୍ତି, ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।

କନକ ବ୍ୟୁରୋ : ପେସାରେ ସେ ଆଇଏଏସ ଅଫିସର, କିନ୍ତୁ ନିଶା ତାଙ୍କର ଚାଷ କରିବା ଜ୍ଝ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଆଇଏଏସ ଅଫିସରଙ୍କ କଥା କହିବୁ ଯିଏ କି ଉଚ୍ଚ ପଦବୀରେ ଥିଲେ ବି ନିଜ ପରିବାରର ବୃତ୍ତିକୁ ଛାଡିନାହାଁନ୍ତି ବରଂ ଯୁବପିଢିଙ୍କୁ ମଧ୍ୟ ପ୍ରେରଣା ଯୋଗାଉଛନ୍ତି ।୨୦୦୯ ବ୍ୟାଚର ଆଇଏଏସ୍ ଅଧିକାରୀ ରାମବୀର ସିଂ। ସାଙ୍ଗରୁରରେ ଉପଜିଲ୍ଲାପାଳ ଥିବା ରାମବିର ପ୍ରଶାସନିକ କାର୍ଯ୍ୟ ସହିତ, କ୍ଷେତରେ କାମ କରୁଥିବାର ଦେଖିବାକୁ ମିଳିଥାଏ ।

publive-imageରାମବୀର ସିଂ କହିଛନ୍ତି ଯେ ଜଣେ ବ୍ୟକ୍ତି କୌଣସି ମାଇଲଖୁଣ୍ଟରେ ପହଞ୍ଚିବା ପାଇଁ ସଫଳତାର ପାହାଚ ଚଢ଼ିପାରିବେ, କିନ୍ତୁ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ତାଙ୍କୁ ସର୍ବଦା ନିଜ ଜମି ଏବଂ ପରମ୍ପରା ସହିତ ଜଡିତ ରହିବା ଆବଶ୍ୟକ। ଚାଷକୁ ଛାଡି ଆଜିକାଲିର ଯୁବପିଢ଼ି ବିଦେଶ ଦେଶ ମୁହାଁ ହେଉଛନ୍ତି, କିନ୍ତୁ ନିଜ ଚାଷ କାର୍ଯ୍ୟକୁ ବଞ୍ଚାଇ ରଖିବା ପ୍ରତ୍ୟେକ କୃଷକ ପରିବାରର ପୁଅଙ୍କର କର୍ତ୍ତବ୍ୟ ହେବା ଉଚିତ । ପଞ୍ଜାବର ବୈଶାଖୀରେ ଥିବା ନିଜ ଗହମ କ୍ଷେତରେ ରାମବୀରଙ୍କୁ ସବୁବେଳେ ଦେଖିବାକୁ ମିଳିଥାଏ । ଆଉ କ୍ଷେତରେ ଥିବାବେଳେ ରାମବୀରଙ୍କୁ ଚାଷୀ ଭଳି ଦେଖିବାକୁ ମିଳିଥାଏ । ମୁଣ୍ଡରେ ପଗଡି ସାଙ୍ଗକୁ ହାତରେ ଦାଆ ଧରି ରାମବୀର କ୍ଷେତକୁ ବାହାରିଯାଆନ୍ତି । ରାମବୀରଙ୍କ କହିବା ମୁତାବକ ଦିନରେ ସେ ଅଫିସ କାମ ସାରିବା ପରେ ପ୍ରତିଦିନ ମଣ୍ଡିକୁ ଯାଇଥାନ୍ତି, ଏହା ପରେ ଘରକୁ ଫେରି ସିଧାସଳଖ ନିଜ ଜମିକୁ ଯାଇ ଚାଷ କରିଥାନ୍ତି । ତେବେ ରାମବୀର ନିଜ ଜମିରେ କେବଳ ଗହମ ଚାଷ କରନ୍ତି ନାହିଁ, ପନିପରିବା ଏବଂ ଫଳ ମଧ୍ୟ ଚାଷ କରନ୍ତି ।

ସୂଚନା ଥାଉ କି ରାମବୀର ସିଂ ହରିୟାଣାର ଝାଜର ଜିଲ୍ଲାର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବାପା ସରକାରୀ ଚାକିରି କରୁଥିବାବେଳେ ଅବସର ପରେ ସେ ମଧ୍ୟ ଚାଷ କାର୍ଯ୍ୟରେ ଯୋଗ ଦେଇଥିଲେ । ରାମବୀର ସିଂ ମଧ୍ୟ ପିଲାଦିନରୁ ପରିବାର ସହିତ ଚାଷ କାମ କରୁଥିଲେ । ସେ ଜେଏନୟୁ ଦିଲ୍ଲୀରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ସିକ୍ୟୁରିଟି ରିଲେସନରେ ଏମଫିଲ କରିଥିଲେ । ୨୦୦୯ ମସିହାରେ ସେ ଆଇଏଏସ ପାଇଥିଲେ । ଆଇଏଏସ ଅଧିକାରୀ ହେବା ପୂର୍ବରୁ ରାମବିର ସିଂ ଜଣେ ଆଇଆରଏସ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe