କନକ ବ୍ୟୁରୋ: ପୂର୍ବତନ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କୁ ଆଶ୍ୱସ୍ତି। ପୂଜାଙ୍କ ଗିରଫଦାରି ଉପରେ ରହିତାଦେଶ ଲଗାଇଲେ ଦିଲ୍ଲୀ ହାଇକୋର୍ଟ। ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବ ନାହିଁ।

Advertisment

ପୂଜାଙ୍କ ବିରୋଧରେ ଜାଲ ଜାତିଗତ ଏବଂ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେବା ଚାକିରି କରିଥିବାର ଅଭିଯୋଗ ରହିଛି। ଏନେଇ ତାଙ୍କୁ ୟୁପିଏସି ବହିସ୍କାର କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି କରି ଅଗଷ୍ଟ ୨୧ ତାରିଖକୁ ଧାର୍ଯ୍ୟ କରିଛନ୍ତି କୋର୍ଟ। ଏଥିସହ ଦିଲ୍ଲୀ ପୁଲିସ, ୟୁପିଏସିକୁ ଏହା ଉପରେ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ରେ ନକଲି ତଥ୍ୟ , ଜାତିଗଥ ସାର୍ଟିଫିକେଟ ଦେଇ ଚାକିରି ପାଇଥିବାର ଅଭିଯୋଗ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।