କନକ ବ୍ୟୁରୋ: ନିଲମ୍ବିତ ଆଇଏଏସ ପୂଜା ସିଙ୍ଘଲ ମାମଲାରେ ଇଡିର ତଦନ୍ତ ଜାରି ରହିଛି । ତୃତୀୟ ପର୍ଯ୍ୟାୟରେ ତଦନ୍ତ ପହଞ୍ଚି ସାରିଛି । ମନରେଗା ଦୁର୍ନୀତିରୁ ଆରମ୍ଭ ହୋଇଥିବା ଏହି ଯାଞ୍ଚ ପଲ୍ସ ହସପିଟାଲ ଏବଂ ପରେ ଖନନ ଦୁର୍ନୀତିରେ ପହଞ୍ଚିସାରିଛି । ସେପଟେ ଆଶା କରାଯାଉଛି ଶୀଘ୍ର ତଦନ୍ତର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହେବ । ରବିବାର ରବି ଅଗ୍ରୱାଲଙ୍କୁ ପଚରାଉଚାର ପରେ ରାଜନୈତିକ ପାଣିପାଗ ବି ସରଗରମ ହୋଇଛି । ସୋମବାର ରାଞ୍ଚି ଜୋନାଲ ଅଫିସରେ ମଧ୍ୟ ମାହୋଲ ଗରମ ଥିଲା ।

Advertisment

ସୋମବାର ତୃତୀୟ ପର୍ଯ୍ୟାୟର ପଚରାଉଚାର ବେଳେ ଖନନ ବିଭାଗର ଅଧିକାରୀଙ୍କୁ ପଚରାଉଚାର ହୋଇଛି । ଏମାନଙ୍କୁ ପୂଜା ସିଙ୍ଘଲ ଏବଂ ସୁମାନ କୁମାରଙ୍କ ପାଖରୁ ମିଳିଥିବା ତଥ୍ୟ ଆଉ ଉତ୍ତର ଆଧାରରେ ଅଧିକ ପଚରାଉଚାର କରଯାଇଥିଲା । ସାହିବଗଞ୍ଜ ଜିଲ୍ଲା ଖଣିର ଗଡ ହୋଇଥିବା ବେଳେ ସବୁଠାରୁ ଅଧିକ ଟଙ୍କା ଏହି ଜିଲ୍ଲାରୁ ରାଞ୍ଚି ପହଞ୍ଚିଥାଏ ।  ପରେ ଡିଏମଓଙ୍କ ଘରେ ଟଙ୍କା ବଣ୍ଟାଯାଉଥିଲା ।

ଇଡିକୁ କିଛି ଏଭଳି ସୂଚନା ମିଳିଛି ଯେଉଁଥିରେ ଜଣାପଡିଛି ଅନେକ ଡିଏମଓ ଟଙ୍କାକୁ ଆଣିବା ପରେ ମୁଖ୍ୟାଳୟରେ ପହଞ୍ଚାଉଥିଲେ । କେବଳେ ଏତିକି ନୁହେଁ ସୁମନଙ୍କ ମାଧ୍ୟମରେ ଟଙ୍କା ପୂଜା ସିଙ୍ଘଲଙ୍କ ପାଖରେ ପହଞ୍ଚୁଥିଲା । ଏହା ସହ ମନଇଚ୍ଛା ଜିଲ୍ଲାର ମାଇନିଂ ଅଧିକାରୀଙ୍କ ଅଦଳବଦଳ ଠାରୁ ନେଇ ବଦଳି କରାଯାଉଥିଲା । ଏଥିପାଇଁ ଟଙ୍କା କାରବାର ମଧ୍ୟ ହେଉଥିଲା ।