କନକ ବ୍ୟୁରୋ: ଆଇଏଏସ ଅଧିକାରୀ ପୂଜା ଖେଡକର । ଯେବେଠୁ ତାଙ୍କ କାରାନାମା ସାମ୍ନାକୁ ଆସିଛି ସେବେଠୁ ସେ ବିବାଦରେ ଫସିଛନ୍ତି । ନିଜକୁ ମିଛରେ ଦିବ୍ୟାଙ୍ଗ ଓ ଓବିସି ଶ୍ରେଣୀ କହି ନକଲି ପ୍ରମାଣପତ୍ର ଦେଇ ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ । ଆଉ ଏହି ଫର୍ଜରୀ ଘଟଣାର ଯାଞ୍ଚ କରିବ କମିଟି । ସେପଟେ ପୂଜାଙ୍କ ମା’ଙ୍କ ଏକ ଭିଡିଓ ବିବାଦକୁ ଅଧିକ ଜୋରଦାର କରିଛି।

Advertisment
  • ବିବାଦରେ ଥିଲେ ଆଇଏଏସ ଝିଅ, ଚର୍ଚ୍ଚାରେ ମା’ଙ୍କ ଦବଙ୍ଗଗିରି
  • ଚାଷୀଙ୍କୁ ବନ୍ଧୁକ ମୁନରେ ଧମକ, ଜମି ହଡପ ଅଭିଯୋଗ

ମହାରାଷ୍ଟ୍ର କ୍ୟାଡର ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡେକରଙ୍କ ମା ମନୋରମା ଖେଡ଼କର ବନ୍ଧୁକ ମୁନରେ ଜଣେ ଚାଷୀଙ୍କୁ ଧମକାଇଛନ୍ତି । ଭୟ ଦେଖାଇ ଗାଳିଗୁଳଜ କରୁଛନ୍ତି । ତେବେ ପୂଜାଙ୍କ ନାଁରେ ଜାଲ ପ୍ରମାଣପତ୍ର ଜରିଆରେ ପ୍ରଶାସନିକ ସେବା ପରୀକ୍ଷା ଦେବା, କ୍ଷମତାର ଅପବ୍ୟବହାର ପରି ସାଂଘାତିକ ଅଭିଯୋଗ ଲାଗିଥିବାବେଳେ ଏବେ ମାଙ୍କ ବିବାଦୀୟ ଭିଡିଓ ସାମ୍ନାକୁ ଆସିଛି । ମହିଳାଙ୍କ ସ୍ବାମୀ ତଥା ପୂଜାଙ୍କ ବାପା ଥିଲେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ । ସେହି ସମୟରେ ଏଭଳି ଅନେକ ଘଟଣା ମନୋରମା କରିଥିବା ଅଭିଯୋଗ ରହିଛି ।

  • କ୍ଷମତାର ଅପବ୍ୟବହାର କରନ୍ତି ପୂଜା
  • କୋଟିକୋଟି ଟଙ୍କାର ମାଲିକାଣୀ ଅଟନ୍ତି

ପୂଜା ଖେଡ଼କରଙ୍କ ନାଁରେ ରହିଛି ୨୦କୋଟି ମୂଲ୍ୟର ସମ୍ପତି । ପ୍ରତିବର୍ଷ ତାଙ୍କ ଆୟ ୪୩ ଲକ୍ଷ ବୋଲି ଜଣାପଡିଛି । ତେବେ ଏତେ କମ ସମୟରେ ଏତେ ମାତ୍ରାର ଆୟର କେମିତି ହେଉଛି ସେନେଇ ଆରମ୍ଭ ହୋଇଛି ତନାଘନା ।

  • ଅଧିକାରୀଙ୍କ ନାଁରେ ମାଳମାଳ ଅଭିଯୋଗ
  • ତଦନ୍ତ ପାଇଁ କମିଟି ଗଠିତ 

ଗୁରୁବାର କେନ୍ଦ୍ର ସରକାର କମିଟି ଗଠନ କରିଛନ୍ତି । ଜାଲ ପ୍ରମାଣପତ୍ର ଦେଖାଇ ପ୍ରଶାସନିକ ସେବା ପରୀକ୍ଷା ଦେଇଥିବା ସଂଗୀନ ଅଭିଯୋଗର ତଦନ୍ତ କରିବ ଏହି କମିଟି । ଦୁଇ ସପ୍ତାହ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ଦେବ କମିଟି । ୨୦୨୩ ମହାରାଷ୍ଟ୍ରର କ୍ୟାଡର ପୂଜା ନିଜକୁ ଦିବ୍ୟାଙ୍ଗ, ଓବିସି କହି ଜାଲ ପ୍ରମାଣପତ୍ର ଦେଇ ପରୀକ୍ଷା ଦେଇଥିଲେ । ଏଥିସହ ବ୍ୟକ୍ତିଗତ କାରରେ ମହାରାଷ୍ଟ୍ର ସରକାରଙ୍କ ବୋର୍ଡ ଓ ଲାଲବତୀ ଲଗାଇଥିବା ବୁଲିବା ପରେ ବିବାଦକୁ ଆସିଥିଲେ । ଖୋଲତାଡ କରୁ କରୁ ଅନେକ ଚାଞ୍ଚଲ୍ୟକର ଖୁଲ୍ଲାସା ହେବାରେ ଲାଗିଛି ।