ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ । ନିମନ୍ତ୍ରଣ ହୋଇଛନ୍ତିି ପାଖାପାଖି ୩ ଲକ୍ଷ ଅତିଥି ।

Advertisment
ବିଜେପି ବିଧାୟକଙ୍କୁ ବିବାହ କରିବେ ଆଇଏଏସ୍ । ନିମନ୍ତ୍ରଣ ହୋଇଛନ୍ତିି ପାଖାପାଖି ୩ ଲକ୍ଷ ଅତିଥି ।

କନକ ବ୍ୟୁରୋ: ଆଦମପୁରର ବିଜେପି ବିଧାୟକ ଓ ଆଇଏଏସ୍ ଅଧିକାରୀଙ୍କ ବିବାହ ଚର୍ଚ୍ଚାରେ ରହିଛି। ଭାଜପା ବିଧାୟକ ଭବ୍ୟ ବିଶ୍ନୋଇ ଓ ଆଇଏଏସ ପରୀ ବି‌ଷ୍ଣୋଇ ଡିସେମ୍ବର ୨୨ ତାରିଖରେ ବିବାହ ହେବାକୁ ଯାଉଛି। ଏହି ବିବାହକୁ ୩ଲକ୍ଷ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ନୂଆଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ଭୋଜି ହେବାର ଯୋଜନା ରହିଛି। ବିବାହ ପରେ ଭବ୍ୟ ବି‌ଷ୍ଣୋଇ ଓ ଆଇଏଏସ ପରୀଙ୍କୁ ନେଇ ନୂଆଦିଲ୍ଲୀରେ ଆୟୋଜିତ କାର୍ୟ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଏବଂ ବହୁ ଭିଭିଆଇପି ଅଂଶଗ୍ରହଣ କରିବେ ବୋଲି କୁହାଯାଉଛି।

ଆଇଏସ ପରୀ ବି‌ଷ୍ଣୋଇ ରାଜସ୍ଥାନର ବାସିନ୍ଦା । ସେ ବିବାହ କରିବାକୁ ଯାଉଥିବା ବିଧାୟକ ଜଣକ ଦକ୍ଷିଣ ଅକ୍ସଫୋର୍ଡରୁ ଡିଗ୍ରୀ ହାସଲ କରିଛନ୍ତି। ଭାଜପା ବିଧାୟକ ଭବ୍ୟ ବି‌ଷ୍ଣୋଇଙ୍କ ବାପା ହେଉଛନ୍ତି ପୂର୍ବତନ ସାଂସଦ କୁଲଦୀପ ବି‌ଷ୍ଣୋଇ। ସେ ହିସାରର ଆଦମପୁରରେ ୫୫ଟି ଗାଁ ବୁଲିବୁଲି ପୁଅ ବିବାହର ନିମନ୍ତ୍ରଣ ଦେଇଛନ୍ତି।

କୁଲଦୀପ ବି‌ଷ୍ଣୋଇ କହିଛନ୍ତି, ‘ଯେ‌ତେ‌ବେଣଳେ ମୋର ବିବାହ ହୋଇଥିଲା, ମୋର ବାପା ଆଦମପୁର ଗ୍ରାମକୁ ନିମନ୍ତ୍ରଣ ଦେବାକୁ ଯାଇଥିଲେ। ବାପାଙ୍କ ପଦାଙ୍କ ଅନୁସରଣ କରି ମୁଁ ବି ପୁଅ ବିବାହ ପାଇଁ ଗାଁ ଗାଁ ବୁଲି ନିମନ୍ତ୍ରଣ କାର୍ଡ ବାଣ୍ଟିଛି। ସମ୍ପର୍କକୁ ଯୋଡ଼ି ରଖିବାକୁ ମୁଁ ସର୍ବଦା ଚାହେଁ। ତେଣୁ ପୁଅ ବିବାହର ନିମନ୍ତ୍ରଣ ଦେବା ପାଇଁ ମୁଁ ଅନ୍ୟ ‌ଲୋକଙ୍କୁ ବି ପଠାଇ ପାରି ଥାଆନ୍ତି କିନ୍ତୁ ମୋତେ ତାହା ଠିକ ଲାଗିଲା ନାହିଁ। ତେଣୁ ମୁଁ ନିଜେ ଯାଇ ଗାଁ ଲୋକଙ୍କୁ ନିମନ୍ତ୍ରଣ ଦେଇ ଆସିବାକୁ ସ୍ଥିର କରିଥିଲି।’ ବିଜେପି ବିଧାୟକ ଭବ୍ୟଙ୍କ ଜେଜେବାପା ଚୌଧୁରୀ ଭଜନଲାଲ ଦୁଇଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଥରେ ହରିୟାଣାରୁ ରାଜ୍ୟସଭା ଓ ତିନିଥର ଲୋକସଭାର ସଦସ୍ୟ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe