ବନ୍ୟା ବେଳେ ବି ବାବୁଙ୍କ ଦେଖାନାହିଁ । ଛୁଟିରେ ଗୁରୁତ୍ୱପୂର୍ଣ୍ଣ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ।

192

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତ ଦେଖା ଦେଇଛି । ମୁକାବିଲା ପାଇଁ ଘନ ଘନ ବୈଠକ ହେଉଛି, ହେଲେ ଅଧିକ ଦାୟିତ୍ୱ ତୁଲାଉଥିବା ଜଳ ସଂପଦ ବିଭାଗର ପ୍ରମୁଖ ସଚିବଙ୍ଗ ଦେଖା ନାହିଁ । କେବଳ ଜଳସମ୍ପଦ ବିଭାଗ ନୁହେଁ ଆହୁରି ୪ରୁ ୫ଟି ବିଭାଗର ସଚିବ ଛୁଟିରେ ଅଛନ୍ତି । ବନ୍ୟା ସ୍ଥିତିରେ ରାଜ୍ୟ ବେହାଲ ହୋଇଥିବା ବେଳେ ବାବୁ ଛୁଟିରେ ଯିବା ଘଟଣାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

  • କଲେରା ବେଳେ ଅନୁପସ୍ଥିତ ରହିଲେ ଆର.କେ.ଶର୍ମା
  • ବନ୍ୟା ବେଳେ ଜଳସମ୍ପଦ ସଚିବଙ୍କ ଦେଖାନାହିଁ

ରାଜକିଶୋର ଶର୍ମା, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ । ଗୋଟିଏ ମାସରୁ ଅଧିକ ସମୟ ହେଲା ସେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟିରେ ଅଛନ୍ତି । କାଶୀପୁର କଲେରାକୁ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଉତ୍ତରଦାୟୀ କରିଥିଲେ ବିରୋଧୀ । କିନ୍ତୁ ଏହି ସଙ୍କଟ ସମୟରେ ସେତେବେଳେ ରାଜ୍ୟରେ ଅନୁପସ୍ଥିତ ଥିଲେ ଆର.କେ.ଶର୍ମା । ତାଙ୍କ ସ୍ଥାନରେ ଶକ୍ତି ବିଭାଗର ସଚିବ ନିକୁଞ୍ଜ ଧଳଙ୍କୁ ସ୍ୱାସ୍ଥ୍ୟବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

ମୋନା ଶର୍ମା, ଜଙ୍ଗଲ ବିଭାଗର ଅତିରିକ୍ତ ଶାସନ ସଚିବ । ଇଏ ମଧ୍ୟ ଦେଢମାସରୁ ଅଧିକ ସମୟ ଧରି ଛୁଟିରେ ଅଛନ୍ତି । ତେଣୁ କାରେ ଚାଲିଛି ଜଙ୍ଗଲ ବିଭାଗ । ଅନୁ ଗର୍ଗ, ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ । ସେ ମଧ୍ୟ କିଛି ଦିନ ହେଲା ଛୁଟିରେ ଯାଇଛନ୍ତି । ରାଜ୍ୟରେ ବନ୍ୟା ବିତ୍ପାତ ଦେଖାଦେଇଛି । ୧୦ ଜିଲ୍ଲାକୁ ସରକାର ଆଲର୍ଟ କରିଛନ୍ତି । ଜଳସମ୍ପଦ ବିଭାଗର ଏହି ସମୟରେ ଦାୟିତ୍ୱ ବି ବଢିଯାଇଛି । ଆଉ ଘନ ଘନ ସମୀକ୍ଷା ବୈଠକ ବି ଚାଲିଛି । ଏହି ସମୟରେ ବିଭାଗର ପ୍ରମୁଖ ସଚିବଙ୍କ ଦେଖାନାହିଁ । ବେଳେବେଳେ ଭର୍ଚୁଆଲରେ ସେ ସାମିଲ ହେଉଛନ୍ତି ।

ସଂଜୀବ ଚୋପ୍ରା, ଗୃହବିଭାଗର ଅତିରିକ୍ତ ଶାସନ ସଚିବ । ରାଜ୍ୟର ଆଇନ ଶୃଙ୍ଖଳା ଦାୟିତ୍ୱ ତାଙ୍କ ହାତରେ । କିନ୍ତୁ ବିଧାନସଭା ଅଧିବେଶନ ପରେ ସେ ମଧ୍ୟ ଛୁଟିରେ ଯାଇଛନ୍ତି । ରଂଜନା ଚୋପ୍ରା, ଅନୁସୂଚିତ ଜାତି-ଜନଜାତି ବିଭାଗର ପ୍ରମୁଖ ସଚିବ ମଧ୍ୟ କିଛି ଦିନ ହେଲା ଛୁଟିରେ ଅଛନ୍ତି ।

ରାଜ୍ୟରେ ବନ୍ୟାର ସ୍ଥିତି ବେହାଲ କରିଛି । ଆଉ ଏତିକିବେଳେ ବାବୁମାନେ ଛୁଟିରେ ଅଛନ୍ତି । ଯାହାକୁ ନେଇ ପାୱାର କରିଡରରେ ଅନେକ କିଛି ଚର୍ଚ୍ଚା ହେଉଛି । ଏପରିକି ଅନେକ ଆଇଏଏସ କେନ୍ଦ୍ର ମୁହାଁ ହେଲେଣି । ନିକଟରେ ଅଶୋକ ମୀନା ଡେପୁଟେସନରେ ଦିଲ୍ଲୀ ଯିବେ । ପାଞ୍ଚ ପାଞ୍ଚ ଜଣ ଅନୁପସ୍ଥିତ ଥିବାବେଳେ ଅନ୍ୟ ସଚିବଙ୍କ ଉପରେ ଚାପ ବଢିଯାଉଛି ।