ଏୟାରଲିଫ୍ଟ ହେବେ ଓଏଏସ୍ ଅଫିସର ମାନସ ରାୟ । କୋଭିଡ୍ ଆକ୍ରାନ୍ତ ପରେ ୮୦ ପ୍ରତିଶତ ଫୁସଫୁସ ହୋଇଛି ସଂକ୍ରମିତ ।

500

କନକ ବ୍ୟୁରୋ: ଏୟାରଲିଫ୍ଟ ହେବେ ଓଏଏସ୍ ଅଫିସର ମାନସ ରାୟ  । ସେ ଝାରସୁଗୁଡ଼ାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ ନିୟୋଜିତ ହୋଇଥିଲେ ଏବଂ ଡେପୁଟେସନରେ ଲଖନପୁର ଆଡିସନାଲ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ  । ତେବେ ମେ ୨୮ରେ ସେ କୋଭିଡ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା  । ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ ଆଇସୋଲେସନରେ ଥିଲେ କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଳା ।  ସମ୍ପୃକ୍ତ ହସ୍ପିଟାଲରେ ଗୋଟିଏ ମାସ ହେଲା ତାଙ୍କର ଏକମୋ ଚିକିତ୍ସା ଚାଲିଛି । ତେବେ ତାଙ୍କର ଫୁସଫୁସ ପ୍ରାୟ ୮୦ ପ୍ରତିଶତ ସଂକ୍ରମିତ ହୋଇଛି, ତେଣୁ ଫୁସଫୁସ ପ୍ରତିରୋପଣ ପାଇଁ ତାଙ୍କୁ ଚେନ୍ନାଇର ଏମଜି ହେଲଥକେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯିବ  । ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ମେଡିକାଲ ଆଡଭାନ୍ସ ଭାବରେ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି  । ସମସ୍ତ ଚିକିତ୍ସା ପାଇଁ ପ୍ରାୟ ଦେଢ଼ କୋଟିରୁ ଅଧିକ ଖର୍ଚ୍ଚ ହେବ  । ଏଥିପାଇଁ ଆର୍ଥିକ ସହାୟତା ପାଇଁ ପରିବାର ଲୋକ ନିବେଦନ କରିଛନ୍ତି ।