ଜେଲ ଗଲେ ଲାଞ୍ଚୁଆ ବାବୁ: ଜାମିନ ଆବେଦନ ଶୁଣାଣି ପରେ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ଗଲେ ନିଲମ୍ବିତ ଆଇଏଏସ ବିଜୟ କେତନ ଉପାଧ୍ୟାୟ

376

କନକ ବ୍ୟୁରୋ: ଜେଲ ଗଲେ ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟ । ଲାଞ୍ଚ ନେଇ ଧରାପଡିଥିବା ଆଇଏଏସ ଅଧିକାରୀଙ୍କୁ ଝାରପଡା ଜେଲ ପଠାଗଲା । ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ବିଜୟକେତନ । ଜାମିନ ଆବେଦନର ଶୁଣାଣି ଶେଷ ପରେ ବିଜୟଙ୍କୁ ଜେଲ ପଠାଗଲା ।

ତେବେ ୧ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା ଗିରଫ ହୋଇଥିଲେ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ । ଗିରଫ ପରେ ପଚରା ଉଚରା ପାଇଁ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ୫ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତେବେ ଆଜି ରିମାଣ୍ଡ ଅବଧି ଶେଷ ହେଉଥିବାରୁ କୋର୍ଟ ବିଜୟଙ୍କ ଜାମିନ ଆବେଦନ ନେଇ ରାୟ ସଂରକ୍ଷିତ ରଖିଛନ୍ତି । ଆଉ ଆସନ୍ତା ୮ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଶୁଣାଇଛନ୍ତି ।