ଅବ୍ ତକ ୫୩ । ପୁଣିଥରେ ନିଜର ବଦଳି ଆଦେଶ ପାଇଛନ୍ତି ହରିୟାଣା କ୍ୟାଡର ଆଇଏଏସ ଅଧିକାରୀ ଅଶୋକ ଖେମକା । ହରିୟାଣା ସରକାରଙ୍କର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟରେ ପ୍ରମୁଖ ସଚିବ ଥିବା ଆଇଏଏସ୍ ଅଧିକାରୀ ଅଶୋକ ଖେମକାଙ୍କୁ ପ୍ରତ୍ନତତ୍ତ୍ୱ ଓ ସଂଗ୍ରହାଳୟ ବିଭାଗକୁ ବଦଳି କରାଯାଇଛି । ୨୮ ବର୍ଷର ଚାକିରି କାଳ ମଧ୍ୟରେ ଏହା ହେଉଛି ତାଙ୍କର ୫୩ ତମ ବଦଳି । କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟରେ ୧୫ ମାସ ପାଇଁ କାର୍ଯ୍ୟ କରିବା ପରେ ଗତ ମାର୍ଚ୍ଚ ମାସରେ ତାଙ୍କର ବଦଳି ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମନ୍ତ୍ରାଳୟକୁ ହୋଇଥିଲା। ତେବେ ନୂଆ ନିଯୁକ୍ତିକୁ ୮ ମାସ ନ ପୁରୁଣୁ ପୁଣିଥରେ ତାଙ୍କୁ ବଦଳି କରାଯାଇଛି । ହରିୟାଣାରେ ବିଜେପି ସରକାର ଆସିବାର ଗୋଟିଏ ମାସ ମଧ୍ୟରେ ତାଙ୍କୁ ବଦଳି କରାଯାଇଛି । ହରିୟାଣାରେ ଆଇଏଏସ ସ୍ତରରେ ବଡ ଧରଣର ବଦଳି ହୋଇଥିବା ୧୪ ଜଣ ଆଇଏଏସଙ୍କୁ ବଦଳି କରାଯାଇଛି । ଯେଉଁଥିରେ ଅଶୋକ ଖେମକାଙ୍କ ନାଁ ମଧ୍ୟ ରହିଛି ।
फिर तबादला। लौट कर फिर वहीं।
कल संविधान दिवस मनाया गया। आज सर्वोच्च न्यायालय के आदेश एवं नियमों को एक बार और तोड़ा गया। कुछ प्रसन्न होंगे।
अंतिम ठिकाने जो लगा। ईमानदारी का ईनाम जलालत।— Ashok Khemka (@AshokKhemka_IAS) November 27, 2019
ତେବେ ବଦଳି ପରେ ଖେମକା ଟ୍ୱିଟ୍ କରି କହିଛନ୍ତି, ‘ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳିତ ହେବାର ଦିନକ ମଧ୍ୟରେ ମୋତେ ମୋର ପୁରସ୍କାର ମିଳିଯାଇଛି । ସଚ୍ଚୋଟତାର ପୁରସ୍କାର ହେଉଛି ଅପମାନ’ ବୋଲି ଟୁଇଟ୍ କରି କହିଛନ୍ତି ଅଶୋକ ଖେମକା।
ବିଜେପି ସରକାର ଆସିବା ପୂର୍ବରୁ କଂଗ୍ରେସର ହୁଡ୍ଡା ସରକାର ସମୟରେ ଖେମକାଙ୍କର ୨୨ ଥର ଟ୍ରାନ୍ସଫର ହୋଇଥିଲା । ତେବେ ଅଶୋକ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରର୍ବଟ ଭଦ୍ରାଙ୍କ ଜମି କାରବାରର ଯାଞ୍ଚ କରି ଏହାର ଖୁଲାସା କରିଥିଲେ । ସେତେବେଳେ ସଙ୍ଗେ ସଙ୍ଗେ ତାଙ୍କୁ ପରିବହନ ବିଭାଗକୁ ବଦଳି କରାଯାଇଥିଲା । ଯାହାକୁ ନେଇ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଥିଲେ ଲୋକେ ।