୨୭୫ ନମ୍ବରର ହୋଇଥାଏ ଆଇଏଏସ ଇଣ୍ଟରଭ୍ୟୁ ! ଆପଣାନ୍ତୁ ଏହି ଟ୍ରିକ, ଆଉ ଏମିତି କରନ୍ତୁ କ୍ଲିୟର ।

49

ଛାତ୍ରଛାତ୍ରୀମାନେ ଜୀବନରେ ସଫଳ ହେବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ଏବଂ ଏଥି ପାଇଁ ଅନେକ କଠିନ ପରିଶ୍ରମ ମଧ୍ୟ କରିଥାନ୍ତି । ତେବେ କେହି କେହି ଆଇଏଏସ ହେବା ପାଇଁ ମଧ୍ୟ ଲକ୍ଷ୍ୟ ରଖିଥାନ୍ତି । ତେବେ ଏଥି ପାଇଁ ଆପଣଙ୍କୁ ଉତ୍ତମ ପ୍ରସ୍ତୁତି ସହ ୟୁପିଏସସି ପରୀକ୍ଷା ଦେବା ପାଇଁ ପଡିଥାଏ । ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଇଣ୍ଟରଭ୍ୟୁ ହୋଇଥାଏ । ସିଭିଲ ସର୍ଭିସର ଏହି ପରୀକ୍ଷା ଯେତେ କଷ୍ଟକର ହୋଇଥାଏ ତା ଠାରୁ ଅଧିକ କଷ୍ଟ ଥାଏ ଇଣ୍ଟଭ୍ୟୁ । ଏଠାରେ ଟିକିଏ ଭୁଲ ହେଲେ ଆପଣଙ୍କର ସମସ୍ତ ପରିଶ୍ରମ ବୃଥାରେ ଯାଇଥାଏ । ତେବେ ଏହି ଇଣ୍ଟରଭ୍ୟୁ ୨୫୦ ନମ୍ବର ବିଶିଷ୍ଟ ହୋଇଥାଏ । ଯଦି ଆପଣ ପୁରା ନମ୍ବର ଆଣିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏଭଳି କିଛି ଟିପ୍ସ ଦେବୁ ଯାହାକି ଆପଣଙ୍କୁ ଆପଣଙ୍କ ଇଣ୍ଟରଭ୍ୟୁ ସମୟରେ ସାହାଯ୍ୟ କରିବ ।

କିଭଳି କରିବେ ପ୍ରସ୍ତୁତି ?

ଗୋଟେ କଥା ମନେ ରଖନ୍ତୁ, ଆପଣଙ୍କ ପ୍ରସ୍ତୁତି କିଛି ଏପରି ହେବା ଆବଶ୍ୟକ, ଯେଉଁଥିରେ ଆପଣଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କ ପାଖରେ କରେଣ୍ଟ ଆଫାୟାର୍ସର ପୂର୍ବ ଏବଂ ବର୍ତ୍ତମାନର ଘଟଣା ଉପରେ ସମସ୍ତ ସୂଚନା ରହିବା ଆବଶ୍ୟକ ।

ଯଦି ଆପଣ କୌଣସି ଏକ ବିଷୟକୁ ଆପଣଙ୍କର ପ୍ରିୟ ହବି ବୋଲି କହିଛନ୍ତି ତେବେ ସେହି ବିଷୟରେ ଆପଣଙ୍କୁ ଭଲ ଭାବରେ ସମସ୍ତ ସୂଚନା ଜାଣି ରଖିବାକୁ ପଡିବ ।

ଯଦି ଆପଣଙ୍କୁ ପଚରା ଯାଇଥିବା କୌଣସି ବିଷୟ ଉପରେ ଆପଣ ଜାଣିନାହାନ୍ତି ତେବେ ଅଯଥା ଉତ୍ତର ପରିବର୍ତ୍ତେ ସିଧାସଳଖ କହିଦିଅନ୍ତୁ ଯେ ଆପଣଙ୍କ ପାଖରେ ସେହି ବିଷୟରେ ସଠିକ ସୂଚନା ନାହିଁ ।

ଯଦି ଆପଣଙ୍କୁ କୌଣସି ବିଷୟରେ କିଛି ମତାମତ ମଗାଯାଏ ତେବେ ଆପଣ ସିଧାସଳଖ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବରଂ ସେହି ବିଷୟ ଉପରେ ନିଜ ବ୍ୟବହାରିକ ମତାମତ ଦିଅନ୍ତୁ । ଆଦର୍ଶ ହେବା ପାଇଁ ଚେଷ୍ଟା କରନ୍ତୁ ନାହିଁ ।

ଏତେ ପରିଶ୍ରମ କରିବା ପରେ ଆପଣ ଇଣ୍ଟରଭ୍ୟୁ ପର୍ଯ୍ୟନ୍ତ ପହଞ୍ଚିଛନ୍ତି । ଆଉ ଏଥିରେ ଆପଣ ବୁଲେଇବଙ୍କେଇ ଉତ୍ତର ଦେବା ପରିବର୍ତ୍ତେ ସିଧାସଳଖ ଉତ୍ତର ଦିଅନ୍ତୁ । ଯଦି ନିଜକୁ ସ୍ମାର୍ଟ ଦେଖାଇବାକୁ ଯାଇ ଆପଣ ସାମ୍ନାରେ ବସିଥିବା ବ୍ୟକ୍ତିମାନଙ୍କୁ ନିଜ କଥାରେ ଭୁଲେଇବାକୁ ଚେଷ୍ଟା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଏଥି ପାଇଁ ଆପଣ ସବୁବେଳେ ସିଧାସଳଖ ଉତ୍ତର ଦିଅନ୍ତୁ । ନିଜ ପ୍ରୋଜେକ୍ଟ ଏବଂ ଶିକ୍ଷା ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ ।

ଇଣ୍ଟରଭ୍ୟୁରେ ଆପଣଙ୍କୁ ଏମିତି ମଧ୍ୟ ପ୍ରଶ୍ନ ପଚରାଯାଇପାରେ ଯେ, ଆପଣଙ୍କ ଜୀବନଶୈଳୀ ଏବଂ ପ୍ରୋଫେସନକୁ ନେଇ ଆପଣଙ୍କ ଲକ୍ଷ୍ୟ କଣ ରହିଛି । ଏଭଳି ପ୍ରଶ୍ନରେ ବିଚଳିତ ନହୋଇ ସବୁ କଥା ଗମ୍ଭୀରତାର ସହ କୁହନ୍ତୁ ।

ଯେଉଁ ପଦ ପାଇଁ ଆପଣ ଇଣ୍ଟରଭ୍ୟୁ ଦେବା ପାଇଁ ଯାଉଛନ୍ତି, ସେହି ବିଷୟରେ ଆପଣ ସମସ୍ତ ସୂଚନା ରଖନ୍ତୁ ଯେପରିକି ସେଠାରେ ଆପଣଙ୍କ ପାଇଁ କୌଣସି ଅଡୁଆ ସୃଷ୍ଟି ନହୁଏ । ଚୟନକର୍ତ୍ତା ସେହିମାନଙ୍କୁ ହିଁ ଚୟନ କରିଥାନ୍ତି ଯେଉଁମାନଙ୍କୁ ନିଜ କାମ ଏବଂ ପଦବୀ ସମ୍ପର୍କରେ ଭଲ ଭାବେ ସମସ୍ତ ସୂଚନା ଜଣାଥାଏ ।

ଇଣ୍ଟରଭ୍ୟୁ ସମୟରେ କେତେବେଳେ ବି ମଧ୍ୟ ନିଜ ମୁହଁରେ ଦୁଃଖ ଭାବ ଆଣିବାକୁ ଚେଷ୍ଟା କରନ୍ତୁ ନାହିଁ । କାରଣ ଇଣ୍ଟରଭ୍ୟୁ ସମୟରେ ଆପଣଙ୍କ ଶରୀରର ଭଙ୍ଗୀ ଢଙ୍ଗୀ ଉପରେ ମଦ୍ୟ ନଜର ରଖାଯାଇଥାଏ । ଇଣ୍ଟରଭ୍ୟୁ ଶେଷ ହେବା ପର୍ଯ୍ୟନ୍ତ ଆପଣଙ୍କ ମୁହଁରେ ହସ ରଖିଥାନ୍ତୁ ।