କନକ ବ୍ୟୁରୋ:ମଣିପୁରର ପ୍ରଥମ ଆଇଏଏସ୍ ଆର୍ମଷ୍ଟଙ୍ଗ ପେମ । ଦକ୍ଷତା ପାଇଁ ସେ ଏବେ ରାଜ୍ୟର ‘ମିରାକିଲ ମ୍ୟାନ୍’। ମଣିପୁର କ୍ୟାଡରର ଆଇଏଏସ୍ ଆର୍ମଷ୍ଟ୍ରଙ୍ଗ ପେମଙ୍କ ଜିଦ୍ ପୁରା ସମାଜ ପାଇଁ ଏକ ବଳିଷ୍ଟ ଉଦାହରଣ । ଜେମେ ସମ୍ପ୍ରଦାୟର ସେ ହେଉଛନ୍ତି ପ୍ରଥମ ଆଇଏଏସ୍ । ତାଙ୍କର କିଛି କାର୍ଯ୍ୟ ତାଙ୍କୁ ପୁରା ରାଜ୍ୟରେ ମିରାକିଲ ମ୍ୟାନର ମାନ୍ୟତା ଦେଇଛି । ସଂକ୍ଷେପରେ ତାଙ୍କର ସଫଳତାର କାହାଣୀ ।

Advertisment

ଆପଣ ଅନେକ ଆଇଏଏସ୍ ଓ ଆଇପିଏସ୍ ଅପିସରଙ୍କ ସକ୍ସେସ୍ ଷ୍ଟୋରୀ ପଢିଥିବେ । ଦିନ ରାତି ପରିଶ୍ରମ କରି ସେମାନେ ଏହି ସଫଳତା ହାସଲ କରିଥାନ୍ତି । ଆଜି ଆମେ ଏପରି ଜଣେ ଆଇଏଏସ୍ ଅଧିକାରୀଙ୍କ ଜୀବନୀ ଜାଣିବା ଯାହାଙ୍କ ସଫଳତା ଛଡ ତାଙ୍କ କୃତି ସମସ୍ତଙ୍କ ପାଇଁ ସବୁଠୁ ବଡ ଶିକ୍ଷା । ସାରା ମଣିପୁରରେ ସେ ‘ମିରାକିଲ ମ୍ୟାନ’ ବୋଲି ଜାଣନ୍ତି । ଏହା ପଛରେ ବି ବିଶେଷ କାରଣ ରହିଛି ।

ଆର୍ମଷ୍ଟ୍ରଙ୍ଗଙ୍କ ସ୍କୁଲ ଶିକ୍ଷା ତମେଙ୍ଗଲେଙ୍ଗରେ ଥିବା ୟୁନାଇଟେଡ୍ ବିଲ୍ଡର୍ସ ସ୍କୁଲରେ ହୋଇଥିଲା । ସ୍କଲ ଶିକ୍ଷା ପରେ ସେ ସିଲଙ୍ଗ ସେଣ୍ଟ ଆଡମଣ୍ଡ କଲେଜରେ କଲେ । ପଢାରେ ବେଶ ଆଗୁଆ ଥିବା ଆର୍ମଷ୍ଟ୍ରଙ୍ଗ ୨୦୦୫ରେ ଦିଲ୍ଲୀର ପ୍ରତିଷ୍ଠିତ ସେଣ୍ଟ ଷ୍ଟିଫେନ୍ସ କଲେଜରୁ ଫିଜିକ୍ସ ବିଷୟରେ ରଖି ଗ୍ରାଜୁଏସନ୍ ଶେଷ କଲେ । ଏହାପରେ ସେ ଆଇଏଏସ୍ ହେବାକୁ ସ୍ୱପ୍ନ ଦେଖିବା ଆରମ୍ଭ କଲେ ଏବଂ ଏହି ସ୍ୱପ୍ନକୁ ପୂରଣ ବି କଲେ ।

୨୦୦୭ରେ ପ୍ରଥମ ଥର ପାଇଁ ସିଭିଲ ସର୍ଭିସ୍ ପରୀକ୍ଷା ଦେଲେ ଆର୍ମଷ୍ଟ୍ରଙ୍ଗ । ସଫଳ ମଧ୍ୟ ହେଲେ । କିନ୍ତ ତାଙ୍କ ଆବଶ୍ୟକତାଠାରୁ କମ୍ ର୍ୟାଙ୍କ ମିଳିବାରୁ ସେ ଆଇଆରଏସ୍ ସର୍ଭିସରେ ଯୋଗ ଦେଲେ । ତାଙ୍କୁ କିନ୍ତୁ ଏଥିରେ ଭଲନଲାଗିବାରୁ ସେ ୨୦୦୮ରେ ପୁଣିଥରେ ପରୀକ୍ଷାରେ ବସିଲ ଏବଂ ଦ୍ୱିତୀୟ ଚେଷ୍ଟାରେ ଆଇଏଏସ୍ ପାଇଲେ । ଏବଂ ୨୦୧୨ରେ ତାଙ୍କୁ ଟୌସେନ୍ ସବଡିଭିଜନର ମାଜିଷ୍ଟ୍ରେଟ୍ ଭାବେ ନିଯୁକ୍ତ କରାଗଲା ।

ଏହି ସମୟରେ ତାଙ୍କ ମୁଣ୍ଡରେ ଚିନ୍ତା ପଶିଲା । ନିଜ ଗାଁ ପାଖରେ ଜିଲ୍ଲାପାଳ ଭାବେ ପୋଷ୍ଟିଙ୍ଗ ହେବା ପରେ ତାଙ୍କ ମୁଣ୍ଡକୁ ପ୍ରଥମ ଚିନ୍ତା ଆସିଥିଲା ରାସ୍ତାର । କାରଣ ପିଲାବେଳୁ ସେ ଗାଁରେ ରାସ୍ତା ନଥିବା ଯୋଗୁଁ ହେଉଥିବା ସମସ୍ୟା ନିଜେ ଭୋଗିଥିଲେ । ତେଣୁ ଯଥାଶୀଘ୍ର ରାସ୍ତାଟିଏ କରାଇବକୁ ଅଣ୍ଟା ଭିଡିଲେ । ଗାଁ ଲୋକଙ୍କ ସହ ଆଲୋଚନା କଲେ । ତାଙ୍କ ସହ ହାତ ମିଳାଇଥିଲେ ମହିଳା, ପୁରୁଷ , ବୟସ୍କ ସମସ୍ତେ । ରାସ୍ତା ପାଇଁ ସରକାରଙ୍କଠାରୁ କିଛି ବି ସାହାଯ୍ୟ ନେଇନଥିଲେ । ଏହି ରାସ୍ତା ୨ / ୩ କିଲୋମିଟରର ନୁହେଁ ପୁରାପୁରୀ ୧୦୦ କିଲୋମିଟରର ରାସ୍ତା ।
ପାହାଡ କାଟି ରାସ୍ତା କରିବା ସହଜ କାମ ନଥିଲେ ବି ଆର୍ମଷ୍ଟ୍ରଙ୍ଗଙ୍କ ନେତୃତ୍ୱରେ ଏହାକୁ ସମ୍ଭବ କରି ଦେଖାଇଥିଲେ ଗାଁ ଲୋକେ । ସେମାନଙ୍କ ପାଖରେ ଯାହା ବି ସଞ୍ଚିତ ଅର୍ଥ ଥିଲା ସେସବୁକୁ ଦେଇ ନିଜେ ଶ୍ରମ ଦାନ କଲେ । ୧୦୦ କିଲୋମିଟରର ରାସ୍ତା ନାଗାଲ୍ୟାଣ୍ଡ ମଣିପୁରକୁ ଆସାମ ସହ ସଂଯୋଗ କଲା । ଏହାକୁ ସାରା ଦେଶ ପିପୁଲ୍ସ ରୋଡ୍ ଭାବେ ଜାଣେ । ଆର୍ମଷ୍ଟ୍ରଙ୍ଗଙ୍କ ଏଭଳି କାମ ପାଇଁ ତାଙ୍କୁ ରାଜ୍ୟବାସୀ ‘ ମିରାକିଲ ମ୍ୟାନ’ା ମାନ୍ୟତା ଦେଇଛନ୍ତି ।